ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ । ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ ।

64

କନକ ବ୍ୟୁରୋ: ଆଜିଠୁ ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ । ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ବାଇଡେନ । ବାଇଡେନକୁ ଶପଥ କରାଇଲେ ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ସେହିପରି ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । କମଲା ହାରିସ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ।

ଶପଥ ପାଠ ଉତ୍ସବରେ ଆମେରିକା ବାସୀଙ୍କୁ ସମ୍ବୋଧନ କରିଛନ୍ତି ଜୋ ବାଇଡେନ । ଏନେଇ ବାଇଡେନ କହିଛନ୍ତି, ଆମେରିକା ଇତିହାସରେ ନୂଆ ଦିନ ଆରମ୍ଭ ହୋଇଛି । ଏହା ଲୋକତନ୍ତ୍ରର ବିଜୟ । ଦେଶ ସଙ୍କଟ ସମୟ ଦେଇ ଗତି କରୁଛି । ଏହି ସମୟରେ ସମସ୍ତଙ୍କୁ ନେଇ ମୁଁ ଆଗକୁ ଯିବି । ଦେଶର ଅର୍ଥନୀତିକୁ ସୁଧାରିବାକୁ କାମ କରିବି । ଦେଶର ସେନା ଶସକ୍ତ । ସବୁ ସମୟରେ ଆମେ ପ୍ରସ୍ତୁତ ରହିବୁ ।

ଏହି ସମାରୋହରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇ ଥିଲା । ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଇଡେନ ଏବଂ କମଳା ହାରିସ୍ ଶପଥ ଗ୍ରହଣ କରିଛନ୍ତି । ଏହି ସମୟରେ ଆମେରିକାର ଉଦଘାଟନୀ ପରମ୍ପରାକୁ ସମ୍ମାନ ଦେବା ସହ ଲୋକମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଅଫିସ୍ ୱେବସାଇଟ୍ ବାଇଡେନଇନଆଗୁରାଲ ଡଟ୍ କମରେ କୁହାଯାଇଥିଲା ।