ଶେଷରେ ଆମେରିକାର ନୂଆ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲା ଚୀନ । ଗତ ୯ତାରିଖରେ ଅଭିନନ୍ଦନ ଜଣାଇବାକୁ ମନା କରିଥିଲା ଚୀନ

212

କନକ ବ୍ୟୁରୋ: ଶେଷରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଜୋ ବିଡେନ ଓ କମଲା ହାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ଗତ ନଭେମ୍ୱର ୯ ତାରିଖରେ ଅଭିନନ୍ଦନ ଜଣାଇବାକୁ ମନା କରିଦେଇଥିଲେ ଚୀନ୍ ରାଷ୍ଟ୍ରପତି । ଆମେରିକା ନିର୍ବାଚନର ଫଳାଫଳ ଦେଶର ଆଇନ ଓ ପ୍ରକ୍ରିୟା ଦ୍ୱାରା ନିର୍ଣ୍ଣୟ କରାଯିବା ଉଚିତ୍ ବୋଲି ଚୀନ୍ ଯୁକ୍ତି ବାଢିଥିଲା । ତେବେ ଏହି ଦ୍ୱଦ୍ୱକୁ ଦୂର କରି ଚୀନ୍ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଜୋ ବିଡେନ୍ ଏବଂ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ କମଲା ହାରିସଙ୍କୁ ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାରମ୍ଭିକ ବିଜୟ ପାଇଁ ବଧେଇ ଜଣାଇଛନ୍ତି ।

ଚୀନ୍ ରାଷ୍ଟ୍ରପତି କହିଛନ୍ତି ବେଜିଂ , ଆମେରିକାର ଲୋକଙ୍କ ପସନ୍ଦକୁ ସମ୍ମାନ କରୁଛି । ଚୀନ୍ ବୈଦେଶିକ ମନ୍ତ୍ରାଳୟର ଜ ଷ୍ଟିସ୍ ୱାଙ୍ଗ୍ ୱେନବିନ୍ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।  ଚୀନର ଏପରି ଆଭିମୁଖ୍ୟ ପରେ ଆମେରିକା ଓ ଚୀନ୍ ମଧ୍ୟରେ ଆଗକୁ ସଂପର୍କ କିପରି ଗତି କରୁଛି, ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍, ଚୀନ୍ ସହିତ କିପରି ସଂପର୍କ ରକ୍ଷା କରିବେ ତାହା ଉପରେ ନଜର ।