ଆଗକୁ ଭୀଷଣ ଯୁଦ୍ଧ : ଗାଜାରେ ସମନ୍ୱିତ ଆକ୍ରମଣ ପାଇଁ ପ୍ରସ୍ତୁତ ଇସ୍ରାଏଲ; ନିର୍ଦ୍ଦେଶକୁ ଅପେକ୍ଷା କରିଛି ସେନା, ବଡ ଯୁଦ୍ଧ ରୋକିବାକୁ ପ୍ରୟାସ ଜାରି

157

କନକ ବ୍ୟୁରୋ : ଆଗକୁ ଭୀଷଣ ଯୁଦ୍ଧ । ଗାଜାରେ ସମନ୍ୱିତ ଆକ୍ରମଣ ପାଇଁ ପ୍ରସ୍ତୁତ ଇସ୍ରାଏଲ । ନିର୍ଦ୍ଦେଶକୁ ଅପେକ୍ଷା କରିଛି ଇସ୍ରାଏଲ ସେନା । ଉଭୟ ଜଳ, ସ୍ଥଳ, ବାୟୁ ତିନି ପଟୁ ଗାଜାକୁ ଘେରି ରହିଛନ୍ତି ଇସ୍ରାଏଲର ୪ ଲକ୍ଷରୁ ଅଧିନ ସେନାବାହୀନୀ । ଖାଲି ନିର୍ଦ୍ଦେଶକୁ ଅପକ୍ଷୋ । ନିର୍ଦ୍ଦେଶ ମିଳିବା ମାତ୍ରେ ଆକ୍ରମଣ କରିବ ସେନା । ଉତର ଗାଜାରେ ଥିବା ହମାସ ଆତଙ୍କୀକୁ ପୁରା ନିପାତ କରିବାକୁ ଯୋଜନା ପ୍ରସ୍ତୁତ କରଯାଇଛି । ଆଉ କିଛି ସମୟର ଅପେକ୍ଷା, ଗାଜାରେ ଗର୍ଜିପାରେ ଇସ୍ରାଏଲ କମାଣ ।

ଅନ୍ୟପଟେ ଇସ୍ରାଏଲର ଏଭଳି କାର୍ଯ୍ୟାନୁଷ୍ଠାନର ସୁଯୋଗ ନେଇ ଇରାନ, ସିରିଆ ଏବଂ ଲେବାନନ୍ ସମସ୍ତେ ଯୁଦ୍ଧରେ ଏକାଠି ହୋଇପାରନ୍ତି । ଯାହାକୁ ନେଇ ଆମେରିକା ଏବେ ମଧ୍ୟପ୍ରାଚ୍ୟର କେତେକ ଦେଶକୁ ବିଶ୍ୱାସକୁ ନେବାକୁ ଉଦ୍ୟମ ଆରମ୍ଭ କରିଛି । ସେପଟେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଜରୁରୀକାଳୀନ କ୍ୟାବିନେଟ ବୈଠକ ଡକାଇଛନ୍ତି । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ଇସ୍ରାଏଲ ସେନା ମଜବୁତ ରହିଥିଲେ ମଧ୍ୟ ସେନା ପାଇଁ ବଡ ଚ୍ୟାଲେଞ୍ଜ ଗାଜାର ଟନେଲ ନେଟୱର୍କ । ଇସ୍ରାଏଲ ସେନାର ମୁଖପାତ୍ରଙ୍କ ସୂଚନା ଅନୁସାରେ ଟନେଲ ଉପରେ ଆକ୍ରମଣ କରିବା ଏତେ ସହଜ ନୁହେଁ ।

୨୦୨୧ ମସିହାରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଥିଲା ଯେ ହମାସ ୧୦୦ କିଲୋମିଟର ଟନେଲ ବା ସୁଡଙ୍ଗ ତିଆରି କରିଥିଲା । ଏବେ ଏହା ୫୦୦ କିଲୋମିଟରକୁ ବୃଦ୍ଧି ପାଇଛି । ଆକ୍ରମଣକୁ ନଜରରେ ରଖି ଟନେଲ ଗୁଡିକୁ ମଜୁବତ କରିଛି ହମାସ ଆତଙ୍କୀ । ଯାହା ଉପରେ ରକେଟ ମାଡ କିମ୍ବା କମାଣ ମାଡ କଲେ ବି ନଷ୍ଟ ହେବାର ସମ୍ଭାବନା ବହୁତ କମ୍ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଇସ୍ରାଏଲ କେବଳ ୫ ପ୍ରତିଶତ ଟନେଲ ନଷ୍ଟ କରିବାରେ ସକ୍ଷମ ହୋଇଛି ।