ଏହି ଘଟଣା ପରେ ବାଇଡେନ ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ  ଚିନ୍ତା କରିଥିଲେ ।

Advertisment
ଏହି ଘଟଣା ପରେ ବାଇଡେନ ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ  ଚିନ୍ତା କରିଥିଲେ ।

ଆମେରିକାର ରାଷ୍ଟ୍ରପତି ବାଇଡେନ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ବିଷୟରେ  ରେଡିଓ ଆରଜେ ହାୱାର୍ଡ ଷ୍ଟର୍ନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଆଲୋଚନା କରିଥିଲେ । ଏଥିରେ ବାଇଡେନ ଥରେ ତାଙ୍କ ମନକୁ ଆସିଥିବା ଆତ୍ମହତ୍ୟା ବିଚାର ବିଷୟରେ ମଧ୍ୟ କହିଛନ୍ତି ।

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ବିଷୟରେ ସେତିକି ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା ସେୟାର କରିଛନ୍ତି । ଏହି ସାକ୍ଷାତକାରରେ ସେ କହିଥିଲେ ଯେ ତାଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ କିପରି ଅବସାଦଗ୍ରସ୍ତ ହୋଇଥିଲେ। ବାଇଡେନ କହିଛନ୍ତି ଯେ ତାଙ୍କର ପ୍ରଥମ ପତ୍ନୀ ନୀଲିଆ ହଣ୍ଟର୍ଙ୍କ ମୃତ୍ୟୁ ପରେ ସେ ଡେଲାୱେର୍ ମେମୋରିଆଲ୍ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ।

ଆତ୍ମହତ୍ୟା କରିବାର କଳ୍ପନା ବିଷୟରେ ଜୋ ବାଇଡେନ ଖୋଲାଖୋଲି ଭାବେ କହିଥିଲେ ଯେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସ୍କଚ୍ ପିଇ ପିଇ ବସି କେବଳ ତାଙ୍କରି କଥା ଚିନ୍ତା କରୁଥିଲି । ସେ କହିଛନ୍ତି ଯେ ଆତ୍ମହତ୍ୟା କରିବା ପାଇଁ ଜଣକୁ ପାଗଳ ହେବାକୁ ପଡ଼ିଥାଏ । ଯଦି ଆପଣ ଏକ ପର୍ବତର ଶୀର୍ଷରେ ଅଛନ୍ତି ଏବଂ ଆପଣ ଅନୁଭବ କରୁଛନ୍ତି ଯେ ଆପଣ ଆଉ ବଞ୍ଚିବାକୁ ଇଚ୍ଛା କରୁନାହାନ୍ତି ତେବେ ସେହି ମୁହୂର୍ତରେ ଆପଣଙ୍କ ମନରେ ପାହାଡ ଉପରୁ ଡେଇଁ ପଡିବାକୁ ମନ ହେବ । ବିଡେନ ଆହୁରି ମଧ୍ୟ କହିଛନ୍ତି ଯେ ମୋର ସେହି  ଅବସାଦଗ୍ରସ୍ତ ସମୟରେ ମୁଁ ଆକଣ୍ଠ ମଦ୍ୟପାନ କରି ଆତ୍ମହତ୍ୟା କଥା ମୋ ମନକୁ ଆସିଥିଲା ଏବଂ ଏମିତି ଏକ ମୁହୂର୍ତ୍ତରେ ମୁଁ ଭାବିଲି ଯାଉଛି ଡେଲାୱେର୍ ମେମୋରିଆଲ୍ ବ୍ରିଜ୍ ରୁ ତଳକୁ ଡେଇଁପଡିବି ।

ପିଲାମାନଙ୍କ କଥା ଆତ୍ମହତ୍ୟା ଚିନ୍ତାଧାରାକୁ ରୋକିଥାଏ

ସାକ୍ଷାତକାରରେ ଆତ୍ମହତ୍ୟା ବିଷୟରେ ବର୍ଣ୍ଣନା କରି ବାଇଡେନ ଆହୁରି କହିଛନ୍ତି ଯେ ମୁଁ ଯେତେବେଳେ ଡେଲାୱେର୍ ମେମୋରିଆଲ୍ ବ୍ରିଜରୁ ଡେଇଁବାକୁ ଚିନ୍ତା କରୁଥିଲି, ସେତେବେଳେ ମୁଁ ଭାବିଲି ମୋର ଦୁଇଟି ସନ୍ତାନ ଅଛନ୍ତି । ଯାହାର ସମ୍ପୂର୍ଣ ଦାୟିତ୍ବ ମୋ ଉପରେ । ବାଇଡେନ ମୁକ୍ତ କଣ୍ଠରେସ୍ଵୀକାର  କରିଛନ୍ତି ଯେ ତାଙ୍କ ପିଲାମାନଙ୍କର ଚିନ୍ତା ତାଙ୍କୁ ଆତ୍ମହତ୍ୟାରୁ ଦୂରେଇ ରଖିଛି । ସାକ୍ଷାତକାରରେ ବିଡେନ ତାଙ୍କର ପ୍ରଥମ ପତ୍ନୀ ନିଲିଆ ହଣ୍ଟର୍ ସହିତ ତାଙ୍କ ସମ୍ପର୍କ ବିଷୟରେ କିଛି ରୋମାଣ୍ଟିକ କଥା ମଧ୍ୟ ସେଆର କରିଥିଲେ । ଯେଉଁଥିରେ ସେ ପ୍ରକାଶ କରିଛନ୍ତି ଯେ ନୀଲିଆଙ୍କ ସହ ସମ୍ପର୍କ ରଖିବା ପୂର୍ବରୁ ସେ ତାଙ୍କୁ କହିଥିଲେ, ‘ମୁଁ ଭାବୁଛି ମୁଁ ତୁମକୁ ବିବାହ କରିବାକୁ ଯାଉଛି।‘

ମହିଳାମାନେ ବାଇଡେନଙ୍କ ଇମେଲରେ ଫଟୋ ପଠାଇଥିଲେ

ନିଜ ଯୁବକ ବଯସର ଏକ କଥା ସେଆର କରି ସେ କହିଛନ୍ତି ଯେ ଥରେ ତାଙ୍କୁ ଜଣେ ମହିଳା ତାଙ୍କ ଇମେଲକୁ ଯୌନ ଉଦ୍ଦୀପକ ଫଟୋ ପଠାଇଥିଲେ । ଯାହାକୁ ଦେଖି ସେ  ଆଶ୍ଚର୍ଯ୍ୟ ମଧ୍ୟ ହେଇଯାଇଥିଲେ । ପରେ ଆହୁରି କିଛି ମହିଳା ସେହିପରି ସମାନ କାମ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe