କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋଟିଏ କଥାକୁ ନେଇ ଏବେ ଚର୍ଚ୍ଚା । କାରଣ ବାଇଡେନ୍ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପତ୍ନୀ ମିସେଲ ଓବାମାଙ୍କୁ ଉପରାଷ୍ଟ୍ରପତି କହି ସମାଲୋଚିତ ହୋଇଛନ୍ତି । ଶନିବାର ୟୁଏସଏସ୍ ଡେଲାୱେର କମିଶନିଙ୍ଗ ଉତ୍ସବରେ ଉଦବୋଧନ ଦେବାବେଳେ ବାଇଡେନ୍ ତାଙ୍କ ପତ୍ନୀ ତଥା ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନଙ୍କୁ ତାଙ୍କ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇବାକୁ ଚାହୁଁଥିଲେ ।
ତେବେ ମିସେଲ ଓବାମା ଫାଷ୍ଟ ଲେଡି ଥିବାବେଳେ ସେ ଉପରାଷ୍ଟ୍ରପତି ଭାବେ ତାଙ୍କ ସହ ମିଳିତ ବିହିନୀ ପାଇଁ କାର୍ଯ୍ୟ ଆରମ୍ଭ କରିଥିବାରୁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି ଓ ଏହି କାର୍ଯ୍ୟ ଜାରି ରଖିିଛି କହିବା ବଦଳରେ ମିସେଲ ଓବାମାଙ୍କୁ ଆମେରିକାର ଉପରାଷ୍ଟ୍ରପତି ବୋଲି କହିଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚିତ ହେବାକୁ ପଡିଛି ।
Does Biden think Michelle Obama was Vice President?
— Benny (@bennyjohnson) April 2, 2022
ସୂଚନା ମୁତାବକ, କିଛିଦିନ ପୂର୍ବରୁ ବାଇଡେନ୍ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭୁଲବଶତଃ ଫାଷ୍ଟ ଲେଡି ବୋଲି କହିଦେଇଥିଲେ । ଏହିସବୁ ଘଟଣା ପରେ ବାଇଡେନଙ୍କୁ ବାଚାଳତା ଆରମ୍ଭ ହେଲାଣି କି ବୋଲି ଚର୍ଚ୍ଚା ହେଉଛି ।