ବିହାରରେ ବିଜେପିର ଘୋଷଣା ପରି ଆମେରିକାରେ ଡ଼େମୋକ୍ରାଟ୍ ପ୍ରାର୍ଥାଙ୍କ ନିର୍ବାଚନୀ ପ୍ରତିଶ୍ରୁତି । ଜୋ-ବାଇଡ଼େନ୍ କହିଲେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସମସ୍ତ ଆମେରିକାବାସୀଙ୍କୁ ମିଳିବ ମାଗଣା କରୋନା ଟୀକା ।

293

କନକ ବ୍ୟୁରୋ : ବିହାରରେ ବିଜେପିର ଘୋଷଣା ପତ୍ରକୁ ନେଇ ଚାରିଆଡ଼ୁ ହୋଇଥିଲା ସମାଲୋଚନା । କାରଣ ବିଜେପି କ୍ଷମତାକୁ ଆସିଲେ ବିହାରବାସୀଙ୍କୁ ମାଗଣାରେ କରୋନା ଟୀକା ଯୋଗାଇଦେବାକୁ ଦେଇଥିଲା ପ୍ରତିଶ୍ରୁତି । ଚର୍ଚ୍ଚା ହେଲା ପ୍ରଥମ ଥର ପାଇଁ କୌଣସୀ ରାଜନୌତିକ ଦଳର ନିର୍ବାଚନୀ ଇସ୍ତାହାରରେ କରୋନା ଟୀକା ପ୍ରସଙ୍ଗ ସ୍ଥାନ ପାଇଛି । ହେଲେ ଏବେ ଆମେରିକାର ଡ଼େମୋକ୍ରାଟ ପ୍ରାର୍ଥୀ ସମାନ ଧରଣର ଘେଶଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଜୋ ବାଇଡ଼େନ୍ କହିଛନ୍ତି ସେ କ୍ଷମତାକୁ ଆସିଲେ ସମସ୍ତ ଆମେରିକାବସେୀଙ୍କୁ ମାଗଣାରେ ଯୋଗାଇଦେବେ କରୋନା ଟୀକା ।

କୋଭିଡ଼ ପ୍ରସଙ୍ଗରେ ତାଙ୍କ ଦଳର ରଣନୀତି ବାବଦରେ ସୂଚନା ଦେଇ ଏହି ଘୋଷଣା କରିଛନ୍ତି ଡ଼େମୋକ୍ରାଟ୍ ପ୍ରାର୍ଥୀ ଜୋ-ବାଇଡ଼େନ୍ । ତେବେ ଜୋ-ବାଇଡ଼େନଙ୍କ ଏହି ଘୋଷଣା ପରେ ଏବେ ବିରୋଧୀମାନେ ତାଙ୍କୁ କଟାକ୍ଷ କରିଛନ୍ତି । ଆମେରିକାରେ ଏବେ ନିର୍ବାଚନ ପାଇଁ ଜୋରଦାର ପ୍ରତିଦ୍ୱନ୍ଦିତା ଲାଗି ରହିଛି ।

ତେବେ କିଛି ଦିନ ତଳେ ବିହାରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ବିଜେପି କ୍ଷମତାକୁ ଆସିଲେ ବିହାର ଲୋକଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ଯାହାକୁ ନେଇ ବିରୋଧମାନେ ସମାଲୋଚନା କରିଥିଲେ ।