କନକ ବ୍ୟୁରୋ: ଇସ୍ରାଏଲ ଗସ୍ତ ବେଳେ ହମାସ୍ ବନ୍ଧକରୁ ମୁକ୍ତ ହୋଇଥିବା ଇସ୍ରାଏଲୀଙ୍କୁ ଭେଟିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ସମୟରେ ୬୫ ବର୍ଷୀୟା ମହିଳା ରାଚେଲ ଏଡ୍ରିଙ୍କୁ ଭେଟି ଉଚ୍ଚ ପ୍ରଶଂସା କରିଛନ୍ତି ବାଇଡେନ୍ । ଏହାର କାରଣ ହେଉଛି ରାଚେଲଙ୍କ ଉପସ୍ଥିତ ବୁଦ୍ଧି ।

Advertisment

ଅତିକ୍ରମଣ ସମୟରେ ବନ୍ଧକ ବନାଇଥିବା ରାଚେଲ ନିଜ ବୁଦ୍ଧ ପ୍ରୟୋଗ କରି ଭୟଙ୍କର ହମାସ୍ ଆତଙ୍କବାଦୀଙ୍କ ଠାରୁ ନିଜକୁ ମୁକ୍ତ କରିପାରିଛନ୍ତି । ଇସ୍ରାଏଲ ଗଣମାଧ୍ୟମ ରିପୋର୍ଟ ମୁତାବକ, ଆତଙ୍କବାଦୀଙ୍କ ଦୃଷ୍ଟି ହଟାଇବାକୁ ସେମାନଙ୍କୁ ଖାଦ୍ୟ ପାନୀୟ ଦେଲେ । ଏପରିକି ସେମାନଙ୍କୁ କଫି ପିଇବାକୁ ଦେବା ସହ ତାଙ୍କ ହାତରେ ବ୍ୟାଣ୍ଡେଜ୍ ବାନ୍ଧିଥିଲେ । ସେମାନଙ୍କୁ କଥାରେ ମଜାଇ ରଖିଥିଲେ ।

ଇସ୍ରାଏଲ ସେନା ତାଙ୍କୁ ଉଦ୍ଧାର କରିବାକୁ ପହଞ୍ଚିବାରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଆତଙ୍କବାଦୀ ବନ୍ଧୁକ ଲଗାଇଥିଲେ ବି ରାଚେଲ ଓ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ଇସ୍ରାଲଇ ସୁରକ୍ଷା ବଳ । ତାଙ୍କର ଏପରି ବୁଦ୍ଧିକୁ ସବୁ ଦେଶ ପ୍ରଶଂସା କରିଛନ୍ତି ।