ଚାଇନା ରାଷ୍ଟ୍ରପତିଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ତେରଛା ବାଣ । ସି ଜିନପିଙ୍ଗଙ୍କୁ ଏକଛତ୍ରାବାଦ ଶାସକ କହିଲେ ବାଇଡେନ

121

କନକ ବ୍ୟୁରୋ : ଶତ୍ରୁତା ଭୁଲି ଗୋଟିଏ ଟେବୁଲରେ ଏକାଠି ହେଲେ ଦୁଇ ମହାଶକ୍ତି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହେଲା ଆଲୋଚନା । ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ଚୀନ ରାଷ୍ଟ୍ରପତି ଗୁରୁବାର ସାନ ଫ୍ରାନ୍ସସିସକୋରେ ଏସିଆ ପ୍ୟାସିଫିକ ଇକୋନୋମିକ କରପୋରେସନ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଚୀନ ରାଷ୍ଟ୍ରପତି । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ସର୍ମ୍ପକ ସହ ଋଷ-ୟୁକ୍ରେନ, ଇସ୍ରାଏଲ-ହମାସ ଲଢେଇ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ଜଳବାୟୁ ପରିବର୍ତନ ଉପରେ ଆଲୋଚନା କରାଯାଇଛି । । ଏହି ଅବସରରେ ଇଡେନ ତାଙ୍କ ଅଭିଭାଷଣର କହିଛନ୍ତି ଯେ ଟେନସନ ଦ୍ୱନ୍ଦ୍ୱରେ ପରିଣତ ହେବା ଉଚିତ୍ ନୁହେଁ । ବୈଠକ ସବୁବେଳେ ସ୍ପଷ୍ଟ ଏବଂ ଉପଯୋଗୀ ହେବା ଆବଶ୍ୟକ । ବିନା କୌଣସି ଭୁଲ ବଝାମଣାରେ ଉଭୟ ନେତା ପରସ୍ପରକୁ ବୁଝିବା ଆବଶ୍ୟକ । ସେହିପରି ଦ୍ୱନ୍ଦ୍ୱ ଏବଂ ମୁକାବିଲା ଉଭୟ ପକ୍ଷ ପାଇଁ ଅସହ୍ୟ ପରିଣାମ ଆଣିପାରେ । ଚୀନ୍ ଏବଂ ଆମେରିକା ପରି ବଡ ରାଷ୍ଟ୍ର ପରସ୍ପରଠାରୁ ଦୂରେଇ ରହିବା ବିବାଦର ସମାଧାନ ଦିଗରେ ଏକ ବିକଳ୍ପ ରାସ୍ତା ନୁହେଁ ବୋଲି ଚୀନ୍ ରାଷ୍ଟ୍ରପତି କହିଛନ୍ତି । ବୈଠକର କିଛି ସମୟ ପରେ ସାମ୍ବାଦିକଙ୍କ ପ୍ରଶ୍ନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଜଣେ ଏକଛତ୍ରବାଦୀ ବୋଲି କହିଛନ୍ତି ବାଇଡେନ୍ ।