ବାଜି ମାରିନେଲେ ବାଇଡେନ । ଟ୍ରମ୍ପଙ୍କୁ ହରାଇ ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ ବାଇଡେନ, ଭାରତୀୟ ବଂଶୋଦ୍ଭବ କମଳା ହେବେ ଉପରାଷ୍ଟ୍ରପତି ।

624

କନକ ବ୍ୟୁରୋ : ଟ୍ରମ୍ପଙ୍କୁ ହରାଇଲେ ଜୋ ବାଇଡେନ । ହ୍ୱାଇଟ ହାଉସ ଦଖଲ ରେସରେ ବାଜି ମାରିଲେ ବାଇଡେନ । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବାଇଡେନ । ଡେମୋକ୍ରାଟ ଦଳର ପ୍ରାର୍ଥୀ ବାଇଡେନ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଟ ଟମ୍ପଙ୍କୁ ମାତ୍ ଦେଇ ଏହି ବିଜୟ ହାସଲ କରିଛନ୍ତି । ମ୍ୟାଜିକ ନମ୍ବର ୨୭୦ ଟପିବା ସହ ବାଇଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି ।

ଦୀର୍ଘ ୩ ଦିନ ଧରି ଗଣତି ଚାଲିଥିବା ବେଳେ ଆଜି ପେନସିଲଭାନିଆ ଫଳାଫଳ ସାମ୍ନାକୁ ଆସିବା ସହ ବାଇଡେନଙ୍କ ରାଷ୍ଟ୍ରପତି ହେବା ରାସ୍ତା ସଫା ହୋଇଥିଲା । ଆଉ ଏହାସହ ଆମେରିକାର ୪୬ ତମ ରାଷ୍ଟ୍ରପତି ହେବେ ବାଇଡେନ । ସବୁଠୁ ବଡ କଥା ହେଲା, ବାଇଡେନ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ବେଳେ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ହେବେ ବୋଲି ଅର୍ନ୍ତଜାତୀୟ ଗଣମାଧ୍ୟମରୁ ସ୍ପଷ୍ଟ ହୋଇଛି । ଗଣତି ଶେଷ ହୋଇନଥିବା ବେଳେ ଟ୍ରମ୍ପ ୨୧୪ ଓ ବାଇଡେନ ୨୭୩ଟି ଭୋଟ ପାଇଥିବା ସୂଚନା ମିଳିଛି ।