ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଭାବେ ଆଜି ଟ୍ରମ୍ପଙ୍କ ଶେଷ ଦିନ । କାଲି ଆମେରିକାରେ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍, ଉପରାଷ୍ଟ୍ରପତି ଶପଥ ନେବେ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ।

Advertisment
ଟ୍ରମ୍ପ ଯିବେ, ବାଇଡେନ୍ ଆସିବେ । ନୂଆ ରାଷ୍ଟ୍ରପତି ଅପେକ୍ଷାରେ ଆମେରିକା । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ୍ ଓ କମଳା ହାରିସ୍ ।

କନକ ବ୍ୟୁରୋ : ଯାଉଛନ୍ତିି ଟ୍ରମ୍ପ, ଆସୁଛନ୍ତି ବାଇଡେନ୍ । ଆମେରିକାରେ ଆସନ୍ତାକାଲି ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ୭୮ ବର୍ଷୀୟ ଜୋ ବାଇଡେନ୍ । ଏହାସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ନେବେ । ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ କମଳା ହାରିସ୍ । ଆସନ୍ତାକାଲି ବାଇଡେନଙ୍କୁ ବିଧିବଦ୍ଧ ଭାବେ କ୍ଷମତା ହସ୍ତାନ୍ତର କରିବେ ଡୋନାଲ୍ଡ ଟ୍ରମ୍ପ । ତେଣୁ ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଆଜି ଶେଷ ଦିନ ବୋଲି କୁହାଯାଇପାରେ ।

ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବହୁ ବାଦବିବାଦ ଦେଖାଦେଇଥିଲା । ଏପରିକି ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ରାଜି ନଥିଲେ ଟ୍ରମ୍ପ । ନିର୍ବାଚନରେ ଅନିୟମିତତା ନେଇ ଟ୍ରମ୍ପ ବାରମ୍ବାର ଅଭିଯୋଗ କରିଆସୁଥିଲେ । ଏପରିକି ଗତ ସପ୍ତାହରେ କ୍ୟାପିଟଲ ହିଲରେ ତାଙ୍କ ସମର୍ଥକମାନେ ହିଂସାକାଣ୍ଡ ଭିଆଇଥିଲେ । ଏଥିରେ ୫ ଜଣଙ୍କ ଜୀବନ ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe