ତାଲିବାନକୁ ବାଇଡେନଙ୍କ କଡା ଚେତାବନୀ: ଆମେରିକା ନାଗରିକଙ୍କ ଉପରେ ଆକ୍ରମଣ ମହଙ୍ଗା ପଡିବ, ଅନ୍ୟପଟେ ତାଲିବାନ୍ ସପକ୍ଷରେ ସ୍ୱର ବଦଳାଇଲେ ବ୍ରିଟେନ୍ ଓ ତୁର୍କି

Advertisment
ତାଲିବାନକୁ ବାଇଡେନଙ୍କ କଡା ଚେତାବନୀ: ଆମେରିକା ନାଗରିକଙ୍କ ଉପରେ ଆକ୍ରମଣ ମହଙ୍ଗା ପଡିବ, ଅନ୍ୟପଟେ ତାଲିବାନ୍ ସପକ୍ଷରେ ସ୍ୱର ବଦଳାଇଲେ ବ୍ରିଟେନ୍ ଓ ତୁର୍କି

କନକ ବ୍ୟୁରୋ: କିଛି ଦିନର ବିରତି ପରେ ପୁଣି ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ । ଆଫଗାନିସ୍ତାନରେ ଥିବା ଆମେରିକା ପ୍ରବାସୀ କିମ୍ବା ତାଙ୍କର ସୈନିକଙ୍କ ଉପରେ ତାଲିବାନ ଯଦି ଆକ୍ରମଣ କରେ ତେବେ ତାକୁ କଡା ଜବାବ ଦିଆଯିବ ବୋଲିି ଶୁକ୍ରବାର ଏକ ଗଣମାଧ୍ୟମ ସମ୍ମିଳନୀରେ ତାଗିଦ୍ କରିଛନ୍ତି ବାଇଡେନ୍ ।ଆତଙ୍କବାଦ ବିରୋଧରେ ଥିବା ମସସ୍ତ ରାଷ୍ଟ୍ର ସହିତ ମିଶି ଆମେରିକା ସବୁବେଳେ କାର୍ଯ୍ୟ କରିଆସିଛି । ତେଣୁ ତାଙ୍କ ନାଗରିକଙ୍କ ଉପରେ ତାଲିବାନର ଆତଙ୍କବାଦକୁ ବି ସହ୍ୟ କରାଯିବନି ବୋଲି ସେ କହିଛନ୍ତି । ଏହାସହ ସେଠାରେ ଥିବା ଆମେରିକା ପ୍ରବାସୀଙ୍କୁ ସୁରକ୍ଷିତ ନିଜ ଦେଶକୁ ଫେରାଇ ଆଣିବାକୁ କହିବା ସହ ଆଫଗାନିସ୍ତାନରେ ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି ବାଇଡେନ୍ । କହିରଖୁଁ କି, ଗତ ଦିନରେ ଆମେରିକା ସବୁଠୁ ବଡ ଏୟାରକ୍ରାଫ୍ଟ ପଠାଇ ଆଫଗାନିସ୍ତାନରୁ ଲୋକଙ୍କୁ ସ୍ଥାନାନ୍ତର କରିଥିଲା ।publive-image

ଅନ୍ୟପଟେ ତାଲିବାନ ସପକ୍ଷରେ ମତ ବଦଳାଇଛନ୍ତି ବ୍ରିଟେନ୍ ଓ ତୁର୍କି ସରକାର । ତାଲିବାନ୍ ଆଫଗାନିସ୍ତାନ ଦଖଲ କରିବା ପରେ ସାରା ବିଶ୍ୱ ରାଜନୀତିରେ ଏବେ ଅସ୍ଥିରତା ଦେଖାଦେଇଛି । ଏହା ମଧ୍ୟରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ।

publive-imagepublive-image

ଆଫଗାନିସ୍ତାନରେ ସ୍ଥାୟୀ ସମାଧାନ ତଥା ସ୍ଥିରତା ଆଣିବାକୁ ବ୍ରିଟେନ୍ ସବୁବେଳେ ଚେଷ୍ଟା କରିଆସିଛି । ଆଫଗାନିସ୍ତାନରେ ଲୋକଙ୍କ ସ୍ୱାର୍ଥ ପାଇଁ ତାଲିବାନ୍ ସହ କାମ କରିବାକୁ ବ୍ରିଟେନ ପ୍ରସ୍ତୁତ ବୋଲି ବୋରିସ୍ ଘୋଷଣା କରିଛନ୍ତି ।ତେଣୁ ଆଗାମୀ ଦିନରେ ତାଲିବାନକୁ ବ୍ରିଟେନ୍ ମାନ୍ୟତା ଦେବ ବୋଲି ଚର୍ଚ୍ଚା ହେଉଛି । ଏହି ଧାଡିରେ ତୁର୍କି ମଧ୍ୟ ରହିଛି । ଆଫଗାନିସ୍ତାନରେ ତୁର୍କି ନାଗରିକଙ୍କ ହିତ ଓ ସୁରକ୍ଷା ପାଇଁ ସେଠାକୁ ନିଜ ସେନା ପଠାଇବ ଯିଏ ତାଲିବାନ୍ ସହ ମିଶି କାର୍ଯ୍ୟ କରିବା ବୋଲି ତୁର୍କି ରାଷ୍ଟ୍ରପତି ରେଚେପ ତୟପ୍ ଏର୍ଦୋଗନ୍ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe