ବିବାହ କଲେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ ! ଖ୍ରୀଷ୍ଟିୟାନ ପରମ୍ପରାରେ ହେଲା ବିବାହ ଆଜି ହିନ୍ଦୁ ରୀତିନୀତିରେ ହେବ ବିବାହ ।

245

ବିଟାଉନର ଚର୍ଚ୍ଚିତ ଯୋଡି ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ଏନେଇ ବିବାହର ସମସ୍ତ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଂଚିଛି । ଯୋଧପୁରର ଉମେଦ ଭବନରେ ପ୍ୟାଲେସରେ ଗତକାଲି ଖ୍ରୀଷ୍ଟିଆନ ରୀତି ନୀତିରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ବିବାହ କରିଥିଲେ । ଆଜି ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରିବେ ।

ଅତିଥୀ ଓ ପରିବାର ଲୋକଙ୍କ ଗହଣରେ ପ୍ରିୟଙ୍କା ଓ ନିକ୍ସ ବିବାହ କରିଛନ୍ତି । ବିବାହ ଉତ୍ସବରେ ପ୍ରିୟଙ୍କା ଏକ ରାଲଫ ଲୌରେନର ଏକ ଗାଉନ ପିନ୍ଧିଥିଲେ । ସେହିପରି ନିକ ଜୋନସ ମଧ୍ୟ ରାଲଫ ଲୌରେନର ପୋଷାକ ପିନ୍ଧିଥିଲେ । ଶୁକ୍ରବାର ଦିନ ପ୍ରିୟଙ୍କାଙ୍କ ସଙ୍ଗୀତ ସେରିମନି କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ଉମେଦ ଭବନରେ ଏକ ଡିନର ପାର୍ଟିର ଆୟୋଜନ ହୋଇଥିଲା । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।