ପ୍ରବଳ ବର୍ଷା ପରେ ଯୋଡା ବାହ୍ୟ ଜଗତରୁ ବିଚ୍ଛିନ୍ନ : ଗତକାଲି ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି

179

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାର ଖଣି ଅଂଚଳ ଯୋଡା ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗତକାଲି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ପାଣି ଖାଲି କରିବାକୁ ପ୍ରଶାସନ ପକ୍ଷରୁ ବିଲେଇପଦା ନିକଟରେ ଜାତୀୟ ରାଜପଥକୁ କାଟିବାକୁ ପଡ଼ିଥିଲା ।

ସୂଚନା ଅନୁସାରେ, ଗତ ୨୪ ଘଂଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ଯୋଗୁଁ ବିଲେଇପଦାରେ କେତେକ ଅଂଚଳରେ ଲୋକଙ୍କ ଘରେ ପାଣି ପଶିଥିଲା । ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଯୋଗୁଁ ପାଣି ନିଷ୍କାସନ ହୋଇ ପାରିନଥିଲା । ଫଳରେ ବାଧ୍ୟ ହୋଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥକୁ ଜେସିବି ମେସିନ ଲଗାଇ ଖୋଳି ଦିଆଯାଇଛି । ଯାହା ପାଇଁ ଜାତୀୟ ରାଜପଥରେ ସାଧାରଣ ଯାତାୟାତ ବନ୍ଦ ହୋଇଯାଇଛି ।