ଖଟିଆରେ ବୁହା ହେଲେ ରୋଗୀ । ରାସ୍ତା ନାହିଁ ବୋଲି ଆସିପାରିଲାନି ଆମ୍ବୁଲାନ୍ସ । ପ୍ରାୟ ୨ କିଲୋମିଟର ବାଟ ଖଟିଆରେ ବୁହା ହୋଇ ଆସିଲେ ରୋଗୀ

173

କନକ ବ୍ୟୁରୋ: ରାସ୍ତା ନାହିଁ । ଖଟିଆରେ ବୁହା ହେଲେ ରୋଗୀ । ପ୍ରାୟ ୨ କିଲୋମିଟର ବାଟ ଖଟିଆରେ ବୁହା ହୋଇ ଆସିଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକରୁ । ଚମ୍ପୁଆ ବ୍ଲକର ବସିରା ଗାଁର ଚତୁରି ସାହିର ସୁନାରାମ ମୁଣ୍ଡା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଆମ୍ୱୁଲାନ୍ସକୁ ଖବର ଦିଆଯାଇଥିଲା ।

ଚତୁରୀ ସାହିକୁ ରାସ୍ତା ନଥିବାରୁ ରୋଗୀଙ୍କ ଘର ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ରହିଲା ଆଂବୁଲାନ୍ସ । ପରିବାର ଲୋକେ ଆଂବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ପ୍ରାୟ ୨ କିଲୋମିଟର ଖଟିଆରେ ବୁହା ହୋଇ ଆସିବା ପରେ ସୁନାରାମଙ୍କୁ ଆଂବୁଲାନ୍ସରେ ଡାକ୍ତରଖାନା ଅଣାଯାଇଥିଲା । ପ୍ରଥମେ ଚମ୍ପୁଆ ଓ ପରେ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।