କନକ ବ୍ୟୁରୋ: ଚାକିରୀକୁ ନେଇ ରାଜନୀତି । ନିର୍ବାଚନୀ ମାହୋଲ ଭିତରେ ହଠାତ୍ ଚାକିରୀ ଏକ ବଡ ପ୍ରସଙ୍ଗ ପାଲଟି ଯାଇଛି । ଏବେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଯାଏଁ ସରକାରୀ ଚାକିରୀକୁ ନେଇ ବଡ ରାଜନୈତିକ ଗୋଟି ଚାଳନା କରିଛନ୍ତି । ଦେଶରେ ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ ରହିଛନ୍ତି । କେମିତି ମିଳିବ ଚାକିରି? କେବେ ମିଳିବ ନିଯୁକ୍ତି? ଏନେଇ ଯୁବପିଢିଙ୍କ ମନରେ ସବୁବେଳେ ପ୍ରଶ୍ନ ଉଙ୍କିମାରିଥାଏ । ଆଉ ଯେତେବେଳେ ନିଯୁକ୍ତି ମିଳିବା କଥା ଶୁଣିବାକୁ ମିଳେ, ସେତେବେଳେ ଖୁସି କହିଲେ ନସରେ । ସରକାର ନିଯୁକ୍ତି ଦେବା ନେଇ ଘୋଷଣା କରୁଛନ୍ତି । ହେଲେ ପ୍ରତିଶ୍ରୁତି ହିସାବରେ ଚାକିରି ମିଳୁନାହିଁ । ଯାହାକୁ ନେଇ ସରକାର ବାରମ୍ବାର ସମାଲୋଚନାର ଶିକାର ହେଉଛନ୍ତି । ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ।
କିଛି ଦିନ ତଳେ ଠିକା ନିଯୁକ୍ତି ପ୍ରଥା ହଟାଇ ଦେଇଥିଲେ ରାଜ୍ୟ ସରକାର । ଏହାକୁ ନେଇ ଠିକା କର୍ମଚାରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ସରକାରଙ୍କ ଘୋଷଣା ପରେ ସେଲିବ୍ରେସନ୍ କରିଥିଲେ ସେମାନେ । ସରକାରୀ ଚାକିରି ପ୍ରତି ଯୁବପିଢିଙ୍କ ଅହେତୁକ ଆଗ୍ରହ ଏଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଶନିବାର ସରକାରୀ ଚାକିରି ଦେବା ପାଇଁ ନିଯୁକ୍ତି ମେଳା ଆୟୋଜନ କରିଛନ୍ତି । ଏହି ମେଗା ନିଯୁକ୍ତି ମେଳା ଅଭିଯାନର ଆରମ୍ଭରେ ପ୍ରାୟ ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହାସହ ଆଗାମୀ ଦେଢ ବର୍ଷ ଭିତରେ ପର୍ଯ୍ୟାୟ କ୍ରମେ ୧୦ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି ମୋଦୀ । ସେପଟେ ରାଜସ୍ଥାନ ସରକାର ମଧ୍ୟ ଠିକା ନିଯୁକ୍ତି ହଟାଇବାକୁ ନିଷ୍ପତି ନେଇଛନ୍ତି । ଚୁକ୍ତିଭିତିକ କର୍ମଚାରୀଙ୍କୁ ସ୍ଥାୟୀ କରି ଦୀପାବଳି ଭେଟି ଦେବାକୁ ଘୋଷଣା କରିଛନ୍ତି । ଏଥିରେ ରାଜସ୍ଥାନର ପ୍ରାୟ ୧ଲକ୍ଷ ୧୦ ହଜାର ଚୁକ୍ତିଭିତିକ କର୍ମଚାରୀ ଉପକୃତ ହେବାକୁ ଯାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/kdkdk.jpg)