କନକ ବ୍ୟୁରୋ : ମାଇକ୍ରୋସଫ୍ଟ, ଟ୍ୱିଟର, ଫୋର୍ଡ, ଓଲା, ଅନ୍ଏକାଡେମୀ, ମେଦାନ୍ତୁ, ବାଇଜୁ, ଏଚସିଏଲ, ଫେସବୁକ, ଜିଓମୀ, ଓରେକେଲ, ୱିପ୍ରୋ, ନେଟଫିଲିକ୍ସ । ଏଗୁଡିକ ଏମିତି କିଛି ବୃହତ କମ୍ପାନୀ ଯେଉଁଠି ଚାକିରିଖଣ୍ଡେ ପାଇବା କୌଣସି ସ୍ୱପ୍ନଠୁ କମ ନୁହେଁ । ଏଠାରେ ପହଁଚିବା ପାଇଁ ପାଠଠୁ ନେଇ ଶାଠର ବେଶ ଆବଶ୍ୟକତା ରହିଥାଏ । ସେପଟେ କର୍ମଚାରୀଙ୍କୁ ମଧ୍ୟ ମୋଟାଅଙ୍କର ଅର୍ଥ ଦେଇଥାନ୍ତି ଏଭଳି କିଛି ନାମୀଦାମୀ କମ୍ପାନୀ । ବର୍ତମାନ କିନ୍ତୁ ଏଭଳି କିଛି ସ୍ଥିତି ଆସି ପହଁଚିଛି ଯେ ନାମକରା କମ୍ପାନୀମାନେ ହଠାତ ଛଟେଇ ପ୍ରକିୟା ଆରମ୍ଭ କରିଛନ୍ତି । ଏହାର ସବୁଠୁ ବଡ ଉଦାହରଣ ହେଉଛି ଟ୍ୱିଟର । କମ୍ପାନୀର ମାଲିକାନ ଯେବେଠୁ ଏଲନମସ୍କଙ୍କ ହାତକୁ ଆସିଛି ସେବେଠୁ କର୍ମଚାରୀଙ୍କ ପାଇଁ ସତେଯେମିିତି ଦୁଖର ଦିନ ଆସିଛି । ନିକଟରେ ୮ହଜାର କର୍ମଚାରୀଙ୍କୁ ଛଟେଇ କରିଛି ଓ ଆଗକୁ ଅନେକ କର୍ମଚାରୀଙ୍କ ଚାକିରି ଯିବା ସମ୍ଭାବନା ମଧ୍ୟ ରହିଛି । ଏହା ପଛକୁ ରହିଛି ମେଟା ବା ଫେସବୁକ । ଗୋଟିଏ ଦିନରେ ଫେସବୁକ ୧୧ହଜାର କର୍ମଚାରୀଙ୍କୁ କମ୍ପାନୀ ବାହାର କରିଛି । ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଟୁଇଟ କରି ପ୍ରଭାବିତ କର୍ମଚାରୀଙ୍କୁ କ୍ଷମା ମାଗିବା ସହ ଏହା ପଛର କାରଣ କମ୍ପାନୀ ଅର୍ଥଅଭାବ ବୋଲି କହିଛନ୍ତି ।
ଘରୋଇ କମ୍ପାନୀ କରୁଛନ୍ତି ଛଟେଇ:
ଘରୋଇ କମ୍ପାନୀ ଛଟେଇ କର୍ମଚାରୀଙ୍କ ସଂଖ୍ୟା
ଟ୍ୱିଟର ୩୭୦୦
ଫେସବୁ୍କ ୧୧୦୦୦
ମାଇକ୍ରୋସପ୍ଟ ୧୨୦୦
ଅନ୍ଏକାଡେମୀ ୭୫୦
ବାଇଜୁ ୨୫୦୦
ଓଲା ୧୨୦୦
ଗ୍ୟାପ୍-ଇଙ୍କ୍ ୫୦୦
ଛଟେଇର କାରଣ କଣ?
କରୋନା ମହାମାରୀ ଓ ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବରେ ସାରା ସାରା ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇଛି । ତେଣୁ ଘରୋଇ ଚାକିରି କ୍ଷେତ୍ରରେ ସିଧାସଳଖ ପ୍ରଭାବିତ ହେବା ସହ ଅସ୍ଥିରତା ପରିଲିକ୍ଷିତ ହେଉଛି ।
ଏହି ଛଟେଇ ପାଇଁ ୟୁଏସ, କାନାଡ, ଭାରତ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି କରୋନା ମହାମାରୀର ଦୁଇବର୍ଷ ପରେ ଦେଶର ଅର୍ଥନୀତି କ୍ରମଶ ଟ୍ରାକକୁ ଫେରୁଛି ବୋଲି କୁହାଯାଉଛି । ଚାକିରି ସୁଯୋଗ ବଢୁଥିବା ମଧ୍ୟ ଦାବି କରାଯାଉଛି । ଷ୍ଟାଟଅଫ ଓ ଆଇଟ କମ୍ପାନୀ ଗୁଡିକ ବେଶ ଭଲ ଅଫର ସହ ଚାକିରି ନିଯୁକ୍ତି ଦେଉଥିଲେ । ସେପଟେ ହଠାତ ଆରମ୍ଭ ହୋଇଥିବା ଛଟେଇ ପ୍ରକିୟା ବଡ ଚିନ୍ତାର କାରଣ ପାଲଟିଛି ।