ଅଣକୃଷି ସେକ୍ଟରରେ ବଢିଛି ନିଯୁକ୍ତି ସୁଯୋଗ : ଜାଣନ୍ତୁ କେଉଁଠି କେତେ ବଢିଛି ନିଯୁକ୍ତି ସଂଖ୍ୟା ?

Advertisment
ଅଣକୃଷି ସେକ୍ଟରରେ ବଢିଛି ନିଯୁକ୍ତି ସୁଯୋଗ : ଜାଣନ୍ତୁ କେଉଁଠି କେତେ ବଢିଛି ନିଯୁକ୍ତି ସଂଖ୍ୟା ?

କନକ ବ୍ୟୁରୋ : ଅଣକୃଷି ସେକ୍ଟରରେ ବଢିଛି ନିଯୁକ୍ତି ସୁଯୋଗ । ଚଳିତ ବର୍ଷ ପ୍ରଥମ ୪ ମାସରେ ୯ଟି ଅଣକୃଷି ସେକ୍ଟରରେ ନିଯୁକ୍ତି ୨୯ ପ୍ରତିଶତ ବୃଦ୍ଧି ପାଇଛି । ଏହି ଚାରି ମାସରେ ନିଯୁକ୍ତି ପାଇଁ ଅର୍ଥନୀତିରେ ୩.୦୮ କୋଟି ବୃଦ୍ଧି ପାଇଛି । କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ୪ ମାସିଆ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି । ରିପୋର୍ଟ ମୁତାବକ, ଉତ୍ପାଦନ, ନିର୍ମାଣ, ଟ୍ରେଡ୍, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, ଆଇଟି, ଆର୍ଥିକ ସେବା, ଗୃହ ଏବଂ ରେଷ୍ଟୁରାଂଟ ସେକ୍ଟରରେ ନିଯୁକ୍ତି ବଢିଛି ।

୨୦୧୩-୧୪ ଅର୍ଥନୈତିକ ଗଣନା ସହ ତୁଳନା କଲେ ଆଇଟି ତଥା ବିପିଓ ସେକ୍ଟରରେ ନିଯୁକ୍ତି ସର୍ବାଧିକ ୧୫୨ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ସ୍ୱାସ୍ଥ୍ୟରେ ୭୭ ପ୍ରତିଶତ, ଆର୍ଥିକ ସେବାରେ ୪୮ ପ୍ରତିଶତ, ଶିକ୍ଷାରେ ୩୯ ପ୍ରତିଶତ, ଉତ୍ପାଦନ କ୍ଷେତ୍ରରେ ୨୨ ପ୍ରତିଶତ, ପରିବହନ କ୍ଷେତ୍ରରେ ୬୮ ପ୍ରତିଶତ, ନିର୍ମାଣ କ୍ଷେତ୍ରରେ ୪୨ ପ୍ରତିଶତ ବୃଦ୍ଧି ପାଇଛି । ଏହି ୭ ଟି ସେକ୍ଟରରେ ନିଯୁକ୍ତି ବୃଦ୍ଧି ପାଇଥଲେ ମଧ୍ୟ କୋଭିଡ-୧୯ ଯୋଗୁ ଟ୍ରେଡ୍ ଏବଂ ରେଷ୍ଟୁରାଂଟ କ୍ଷେତ୍ରରେ ୨୫ ପ୍ରତିଶତ ଏବଂ ୧୩ ପ୍ରତିଶତ କମିଛି । ସର୍ଭେରୁ ଜଣାପଡିଛି ମୋଟ ନିଯୁକ୍ତି ମଧ୍ୟରୁ ଉତ୍ପାଦନ କ୍ଷେତ୍ରରେ ସବୁଠୁ ଅଧିକ ୪୧ ପ୍ରତିଶତ ରହିଥିବା ବେଳେ ଶିକ୍ଷା କ୍ଷେତ୍ରରେ ୨୨ ପ୍ରତିଶତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ୮ ପ୍ରତିଶତ, ଟ୍ରେଡ୍ ଏବଂ ଆଇଟି ସେକ୍ଟରରେ ୭ ପ୍ରତିଶତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe