ରେଳବାଇରେ ୩ ହଜାରରୁ ଅଧିକ ପଦରେ ଚାକିରି ସୁଯୋଗ । ବିନା ପରୀକ୍ଷାରେ ହେବ ଭର୍ତ୍ତି ।

339

କନକ ବ୍ୟୁରୋ : ରେଳବାଇରେ ଚାକିରି ପାଇବାର ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ୩ହଜାରରୁ ଅଧିକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ନର୍ଦନ ରେଲୱେର ରେଲୱେ ରିକ୍ରୁଟମେଣ୍ଟ ସେଲ ପାଖାପାଖି ୩୦୯୩ଟି ଅପ୍ରେଣ୍ଟିସ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି । ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଧିକାରିକ ୱେବସାଇଟ rrcnr.orgକୁ ଯାଇ ଜାରି ନୋଟିଫିକେସନ ଡାଉନଲୋଡ କରି ଅଧିକ ସୂଚନା ପାଇପାରିବେ । ଏଥିସହିତ ପ୍ରାର୍ଥୀ ଏହି ପଦବୀ ପାଇଁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ଶ୍ରେଣୀ ପାସ କରିଥିବା ଆବଶ୍ୟକ ରହିଛି । ଏଥିସହିତ ଆଇଟିଆଇ ସାର୍ଟିଫିକେଟ ଥିବା ବି ଅନିବାର୍ଯ୍ୟ ରହିଛି ।

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୫ବର୍ଷରୁ ୨୪ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଆବେଦନ ପାଇଁ ୧୦୦ଟଙ୍କା ପ୍ରଥମେ ଜମା କରିବାକୁ ପଡ଼ିବ । ଅନଲାଇନ ଆପ୍ଲିକେସନ ପ୍ରକ୍ରିୟା ସେପ୍ଟେମ୍ବର ୨୦ରୁ ଜାରି ରହି ଅକ୍ଟୋବର ୨୦ପର୍ଯ୍ୟନ୍ତ ରହିବ। ଆବେଦନକାରୀଙ୍କ ଚୟନ ମେରିଟ ଆଧାରରେ ହେବ। କୌଣସି ଲିଖିତ ପରୀକ୍ଷା ବା ଇଣ୍ଟରଭ୍ୟୁ ହେବ ନାହିଁ ।

( http://rrcnr.org/rrcnr_pdf/Apprentice2021/Act_ApprenticeNotification2021_22.pdf ) ଆବେଦନକାରୀ ଏହି ଲିଙ୍କକୁ ଯାଇ ଅଧିକ ସୂଚନା ପାଇପାରିବେ ।