କ୍ୟାରିୟର ଏବଂ ମନପସନ୍ଦର ଚାକିରିକୁ ନେଇ ସମସ୍ତେ ଚିନ୍ତାରେ ରହିଥାନ୍ତି । କିନ୍ତୁ ମନପସନ୍ଦର ଚାକିରି ଟିଏ ମିଳିଗଲା ପରେ ପ୍ରଥମେ ପ୍ରଥମେ ସବୁ ହାତ ମୁଠାକୁ ଚାଲିଆସିଲା ପରି ଲାଗେ । କିନ୍ତୁ ସମୟ ଅନୁସାରେ କାମର ଚାପ ଏବଂ ସହକର୍ମୀ ତଥା କେଉଁ ବରିଷ୍ଠ କର୍ମଚାରୀଙ୍କ କଥା ଆପଣଙ୍କ ମନକୁ ବ୍ୟାଘାତ କରିପାରେ । ସେତେବେଳେ ମନରେ ହଜାରେ ପ୍ରଶ୍ନ ଉଙ୍କି ମାରିବା ସହ ଚାକିରୀ ଛାଡି ଦେବାକୁ ଇଚ୍ଛା ହୁଏ । କିନ୍ତୁ ଆପଣଙ୍କୁ ଏଠାରେ କହିରଖୁଛୁ ଚାକିରୀ କରିବା ଯେତେଟା ସହଜ ଚାକିରୀରେ ସ୍ଥିର ହୋଇ ରହିବା ତାଠାରୁ ଅଧିକ କଷ୍ଟ । publive-imageକିଛି ଲୋକଙ୍କୁ ଦେଖିଥିବେ ଚାକିରୀରେ ୩ ରୁ ୪ ମାସ କାମ କରି ଚାକିରୀ ଛାଡି ଘରେ ବସନ୍ତି ଏବଂ ଆଉ କିଛି ଲୋକ ବର୍ଷ ବର୍ଷ ଧରି ଗୋଟିଏ ଚାକିରୀରେ ସମସ୍ତଙ୍କ ସହ ମିଳିମିଶି କାମ କରିଚାଲନ୍ତି । ତେବେ ଏଭଳି କେମିତି ହୁଏ । ସବୁ ହେବ ଆଜ୍ଞା, ମନରୁ ଯଦି ଶକ୍ତ ଏବଂ ସକାରାତ୍ମକ ଭାବନା ରଖିଥିବେ ଆପଣଙ୍କ କ୍ୟାରିୟରରେ କେହି ବିଶୃଙ୍ଖଳା ସୃଷ୍ଟି କରି ପାରିବେନାହଁ । ତେବେ କିପରି ନିଜକୁ ଏଭଳି ସମସ୍ୟାରୁ ଦୂରେଇ ରଖିବେ ସେ ସଂମ୍ବନ୍ଧିୟ କିଛିଟା ଟିପ୍ସ ଜାଣିରଖନ୍ତୁ କାମରେ ଆସିପାରେ।publive-image• କାମ କରିବାର ପରିବେଶ ଯାହା ଥାଉ ନା କାହିଁକି ଆପଣଙ୍କୁ କିନ୍ତୁ ସକରାତ୍ମକ ମନୋଭାବ ଆଣିବାକୁ ପଡିବ । ଯଦି ଆପଣ ଆଶା ହରାଇ ଦିଅନ୍ତି ତେବେ କେହି ବି ଚେଷ୍ଟା କରି ଆପଣଙ୍କୁ ସହଯୋଗ କରିପାରିବେ ନାହିଁ ।

Advertisment

• ସବୁବେଳେ ସକରାତ୍ମକ ମନୋଭାବ ଥିବା ଏବଂ ଖୁସି ରଖୁଥିବା ସହକର୍ମୀଙ୍କ ଅଧିକରୁ ଅଧିକ ସମୟ ବିତାନ୍ତୁ । ତେବେ ହିଁ କାହା ବିରୁଦ୍ଧରେ ଗପନ୍ତୁନି କି ଯିଏ ଗପୁଛି ତାକୁ ପ୍ରଶୟ ଦିଅନ୍ତୁ ନାହିଁ ।

• ଯଦି କେହି ବରିଷ୍ଠ ଅଧିକାରୀ ଆପଣଙ୍କୁ ଅସୁବିଧାରେ ପକାଉଛନ୍ତି କିମ୍ବା ଆପଣଙ୍କୁ ହଇରାଣ କରି ଛନ୍ତି ତେବେ ଏ ସଂପର୍କରେ ଆପଣ ସିଧାସଳଖ ବସଙ୍କ ସହ ଆଲୋଚନା କରନ୍ତୁ । ସେ ହୁଏତ ଆପଣଙ୍କୁ ସହଯୋଗ କରିପାରନ୍ତି ।

• କୌଣସି କଥାକୁ ନେଇ ଏତେଟା ବ୍ୟସ୍ତ ହୁଅନ୍ତୁ ନାହିଁ ଯାହାଦ୍ୱାରା ଆପଣଙ୍କ ଚାକିରି ଉପରେ କୌଣସି ପ୍ରଭାବ ପଡିବ ।

• କୌଣସି କଥାକୁ ନେଇ କିଛି ଏଭଳି ନିଷ୍ପତି ଉଠାନ୍ତୁ ନାହିଁ ଯେଉଁଥି ପାଇଁ ଆପଣଙ୍କୁ ପରବର୍ତ୍ତୀ ସମୟରେ ପଶ୍ଚ୍ୟାତାପ କରିବାକୁ ପଡିବ ।

• ସାମାନ୍ୟ କଥାରେ ଚାକିରି ଛାଡିବା ଭଳି ପଦକ୍ଷେପ ନିଅନ୍ତୁ ନାହିଁ । ଭଲଭାବେ ଅନୁଧ୍ୟାନ କରନ୍ତୁ । ତେବେ କେଉଁ ଚାକିରି ଆପଣଙ୍କ ପାଇଁ ଉପଯୁକ୍ତ ଏବଂ ତାପରେ ଚାକିରି ଚୟନ କରନ୍ତୁ ।

• ଯଦି ସବୁପରେ ମଧ୍ୟ ଆପଣ ଅସହାୟ ହୋଇପଡିଛନ୍ତି ତେବେ କୌଣସି ପ୍ରଫେସରଙ୍କ ସହାୟତା ଲୋଡନ୍ତୁ ।