ଟାଟା ଲାଇଫ୍ ଇନସୁରାନ୍ସ ଦେବ ୧୦ ହଜାର ଲୋକଙ୍କୁ ଚାକିରି, ୧୦୦ ଡିଜିଟାଲ ବ୍ରାଞ୍ଚର କରିବ ଶୁଭାରମ୍ଭ

190

ଟାଟା ଲାଇଫ୍ ଇନସୁରାନ୍ସ କମ୍ପାନୀ ଏବେ ନିଜର ସେବାକୁ ସାରା ଦେଶରେ ପହଞ୍ଚାଇବାକୁ ଯାଉଛି । ଯେଉଁଥିପାଇଁ କମ୍ପାନୀ ଏବେ ଦେଶର ଭିନ୍ନ ଭିନ୍ନ ସହରରେ ନିଜର ନୂଆ ଡିଜିଟାଲ ବ୍ରାଞ୍ଚ ଆରମ୍ଭ କରିବାକୁ ଯାଉଛି । ତେବେ ଏହା ପୂର୍ବରୁ ଦେଶର ୨୫ଟି ରାଜ୍ୟରେ ଟାଟା ଲାଇପ୍ ଇନସୁରାନ୍ସର ୧୨୮ରୁ ଅଧିକ ବ୍ରାଞ୍ଚ ରହିଛି । ଆଉ ଏବେ ଏହି ସଂଖ୍ୟା ଆହୁରି ବଢିବାକୁ ଯାଉଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କମ୍ପାନୀ ଏହି ଡିଜିଟାଲ ବ୍ରାଞ୍ଚ ଏପରି ସ୍ଥାନରେ ଆରମ୍ଭ କରିବାକୁ ଯାଉଛି । ଯେଉଁଠି କମ୍ପାନୀର ପୁରୁଣା କୌଣସି ବ୍ରାଞ୍ଚ ନାହିଁ । ତେଣୁ ଏହି ସ୍ଥାନରେ କମ୍ପାନୀ ନୂଆ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବ । ସୂଚନା ମୁତାବକ କମ୍ପାନୀ ପ୍ରାୟ ୧୦ ହଜାର ଲୋକଙ୍କୁ ନୂଆକରି ନିଜର ଏହି ସବୁ ବ୍ରାଞ୍ଚରେ ନିଯୁକ୍ତି ସୁଯୋଗ ଦେବ । ଯେଉଁଠି ଲୋକମାନେ ବୀମା ପରାମର୍ଶଦାତା ଭାବେ କାମ କରିବେ ।

ଏହି ୧୦୦ଟି ଡିଜିଟାଲ ବ୍ରାଞ୍ଚ ଭିତରୁ ୬୦ଟି ବ୍ରାଞ୍ଚରେ ଏବେ କାମ ଆରମ୍ଭ ହୋଇଗଲାଣି । ଆଗାମୀ କିଛି ଦିନ ଭିତରେ ଅନ୍ୟ ବ୍ରାଞ୍ଚରେ ମଧ୍ୟ କାମ ଆରମ୍ଭ ହେବ । ତେବେ ଜୀବନ ବୀମାକୁ ଆଗକୁ ନେବାକୁ କମ୍ପାନୀ ଲୋକଙ୍କୁ ପ୍ରୋତ୍ସାହିତ କରିବ । ଏଥିସହ ଏହି ବ୍ରାଞ୍ଚରେ କାମ ସମ୍ପୂର୍ଣ୍ଣ ଡିଜିଟାଲ ହେବ । ଲୋକମାନେ ଭିଡିଓ କଲ୍ ଜରିଆରେ ବ୍ରାଞ୍ଚର ଅଧିକାରୀଙ୍କ ସହ କଥା ହୋଇପାରିବେ । ଖାଲି ସେତିକି ନୁହେଁ, ବ୍ରାଞ୍ଚକୁ ଯିବାକୁ ହେଲେ ଲୋକମାନେ ସଲ୍ଫ ସର୍ଭିସ ଡିଜିଟାଲ କିୟୋସ୍କ ସାହାଯ୍ୟରେ ବୁକ୍ କରିପାରିବେ । ଏହି ଆଧୁନିକ ଯୁଗରେ ଗ୍ରାହକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏହି ନୂଆ ବ୍ରାଞ୍ଚକୁ ପ୍ରସ୍ତୁତ କରାଯାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।