କନକ ବ୍ୟୁରୋ: କରୋନା ବେଳେ ଚାକିରି ଚିନ୍ତା । କଟକଣା ସତ୍ୱେ ଚାକିରି ପାଇଁ ଲମ୍ବା ଲାଇନ ଚାକିରି ଆଶାୟୀ । ଏଭଳି ଚିତ୍ର ଦେଖିବାକୁ ମିଳିଛି ବଲଙ୍ଗୀର ଓ କେନ୍ଦୁଝରରେ । ବଲାଙ୍ଗୀରରେ ୩୧୭ ଏଏନଏମ ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା । ଏଥିପାଇଁ ସିଡିଏମଓଙ୍କ ଅଫିସରେ ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବଲାଙ୍ଗୀର କୋଭିଡ କେୟାର ହୋମରେ ନିଯୁକ୍ତି ପାଇଁ ବାହାରି ଥିବା ପଦବୀରେ ଆବେଦନ କରିଥିବା ଆବେଦନକାରୀ ଏବଂ ସେମାନଙ୍କର ୨ରୁ ୩ ଜଣ ଲେଖାଁଏ ଅଭିଭାବକ ଆସି ଭିଡ ଜମାଇଥିଲେ ।
ସେହିଭଳି କେନ୍ଦୁଝରରୁ ମଧ୍ୟ ସମାନ ଚିତ୍ର ଆସିଛି । କେନ୍ଦୁଝରରେ ୮୯ଟି ଏଏନଏମ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଆଉ ଏଥିପାଇଁ ଆଜି ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ସାମାଜିକ ଦୂରତାକୁ ଭୁଲି ଯାଇଥିଲେ ସମସ୍ତେ । ଚାକିରି ପାଇଁ ଆସିଥିବା ଅବେଦନକାରୀ ସାମାଜିକ ଦୂରତା ଭୁଲି ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥିଲେ । ସାର୍ଟିଫିକେଟ ଯାଂଚ ପାଇଁ ଏଭଳି ଶତାଧିକ ଆବେଦନକାରୀ ଏକାଠି ହୋଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଆବେଦନକାରୀ ଏକାଠି ହୋଇଥିଲେ ।