ଭାରତୀୟ ବାୟୁସେନାରେ ଚାକିରୀ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ବାହାରିଲା ଭ୍ୟାକେନ୍ସି , ମେ ୨୭ ପର୍ଯ୍ୟନ୍ତ କରିପାରିବେ ଆବେଦନ ।

506

ଭାରତୀୟ ବାୟୁସେନା ତରଫରୁ ଗ୍ରୁପ୍ – ସି ପେଣ୍ଟର୍ ପଦ ପାଇଁ ବିଜ୍ଞପ୍ତି ବାହାରିଯାଇଛି । ଆପଣ ମଧ୍ୟ ଯଦି ବାୟୁସେନାରେ ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ମେ ୨୭ ତାରିଖ ମଧ୍ୟରେ ଆପ୍ଲାଏ କରନ୍ତୁ । ଭାରତୀୟ ବାୟୁସେନା ଦ୍ୱାରା ଅଫିସିଆଲ୍ ନୋଟିଫିକେସନ୍ ଜାରି କରାଯାଇଛି । ଯେଉଁଥିରେ ବିଭାଗ ଦ୍ୱାରା ପେଣ୍ଟର ଗ୍ରୁପ୍ ସି ପଦ ପାଇଁ ପ୍ରାର୍ଥୀଙ୍କୁ ଅନଲାଇନ୍ ଫର୍ମ ବିଜ୍ଞାପନ ଜାରୀ କରିବାର ସମୟର ୩୦ ଦିନ ପରେ ଜମା କରିବାକୁ ପଡିବ । ଭାରତୀୟ ବାୟୁସେନା ପେଣ୍ଟର୍ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ମାଟ୍ରିକ୍ ସାର୍ଟିଫିକେଟ୍ ଏବଂ ଆଇଟିଆଇର ଡିପ୍ଲୋମା ଏଙ୍କିନ୍ ଫିଲ୍ଡରୁ ରହିବା ଆବଶ୍ୟକ । ଏହି ସମ୍ବନ୍ଧୀୟ ଅଧିକ ବିବରଣୀ ବିଭାଗର ଅଫିସିଆଲ୍ ୱେବସାଇଟକୁ ଯାଇ ଆପଣ ପ୍ରାପ୍ତ କରିପାରିବେ ।

ଭାରତୀୟ ବାୟୁସେନା ଗ୍ରୁପ୍ – ସି ପେଣ୍ଟର୍ ପଦ ପାଇଁ ଚୟନ ହେଉଥିବା ପ୍ରାର୍ଥୀଙ୍କ ସପ୍ତମ ବେତନ ଆୟୋଗଙ୍କ ହିସାବରେ ଦରମା ଦିଆଯିବ । ଯୋଗ୍ୟ ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ରୁପରେ ଆବେଦନ ପତ୍ର ସହ ଆବଶ୍ୟକ ଦସ୍ତାବିଜ ସହ ଦ ଷ୍ଟନ୍ ସିଡିଆର ଏୟାରଫୋର୍ସ ଷ୍ଟେସନ୍ ଡିବ୍ରୁଗଡ,ଆସାମର ବିଜ୍ଞାପନ ପ୍ରକାଶନରେ ୩୦ ଦିନ ଭିତରେ ତଥା ମେ ୨୭ ୨୦୧୯ ମଧ୍ୟରେ ପଠାଇପାରିବେ ।