କନକ ବ୍ୟୁରୋ : ସରକାରୀ ଚାକିରୀ କରେଇ ଦେବା ନାଁରେ ବଡ ଠକେଇ । ଲୋକସେବା ଭବନ ଓ ରାଜଭବନରେ ଚାକରୀ କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଏକ ରାକେଟକୁ ଧରିଛି ଇଓଡବ୍ଲୁ । ଘଟଣାରେ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତି ନାମକ ଦୁଇ ଅଭିଯୁକ୍ତକୁ ବାନ୍ଧିଛି ଅର୍ଛନୈତିକ ଅପରାଧ ଶାଖା ।

Advertisment

ଏମାନେ କୁମୁଦିନୀ ସାହୁ ନାମକ ଜଣେ ଯୁବତୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟିନେଇଥିଲେ । କିନ୍ତୁ ନା ଦେଇଥିଲେ ଚାକିରୀ ଓ ନା ଫେରାଇଲେ ଟଙ୍କା । ଅଭିଯୋଗକାରିଣୀ କୁମୁଦିନୀ ସାହୁଙ୍କୁ ରାଜଭବନରେ କ୍ଲର୍କ ଚାକିରୀ କରେଇ ଦେବାକୁ କହି ଦୁଇ ଲକ୍ଷ ଟଙ୍କା ଆଡଭାନ୍ସ ନେଇଥିଲେ ଅଭିଯୁକ୍ତ ରାଜକିଶୋର ପଟ୍ଟନାୟକ । ଟଙ୍କା ନେବା ପରେ ଫେରାର ହୋଇଯାଇଥିଲେ ରାଜକିଶୋର ।

ଏହା ପରେ କୁମୁଦିନୀ ଅରୁଣ ମହାନ୍ତି ଓ ଭବାନୀ ଶଙ୍କର ଦାସଙ୍କ ସଂସ୍ପର୍ଶରେ ଆସିଥିଲେ କୁମୁଦିନୀ । ଉଭୟେ ସରକାରୀ ଚାକିରୀ କରାଇଦେବାକୁ କହି ୭ ଲକ୍ଷ ଟଙ୍କା ମାଗିଥିଲେ । ଆଉ ଟଙ୍କା ନେଇ ଏମାନେ ଫେରାର ହୋଇଯାଇଥିଲେ । ଏହିଭଳି ଭାବେ ଏମାନେ ୨ଶହରୁ ଅଧିକ ଚାକିରୀ ଆଶାୟୀଙ୍କୁ ଠକିଥିବା ସୂଚନା ରହିଛି । ଅଭିଯୁକ୍ତଙ୍କଠାରୁ ନକଲି ଜଏନିଂ ଲେଟର, ନକଲି ସିଲ୍, ବାୟୋଡାଟା ଓ ଆପ୍ଲିକେସନ ଫର୍ମ ଜବତ କରାଯାଇଛି ।

ଜାଲ ନିଯୁକ୍ତିର ଠକେଇ କାହାଣୀ

- ଆଶାୟୀଙ୍କ ଭରସା ଜିତିବା ପାଇଁ ନେତା, ମନ୍ତ୍ରୀ, ଅଫିସରଙ୍କ ଭିଡିଓ ପୋଷ୍ଟ କରୁଥିଲେ
- ଠକଙ୍କ ହାବୁଡ଼ରେ ପଡିଥିଲେ କୁମୁଦିନୀ ସାହୁ ନାମକ ଜଣେ ଯୁବତୀ
- ରାଜଭବନରେ କିରାଣି ଚାକିରି ଦେବାକୁ ୮ ଲକ୍ଷ ୧୫ ଲକ୍ଷ ଟଙ୍କାର ଡିଲ୍ କରିଥିଲେ
- ଚାକିରି ପାଇବା ଲୋଭରେ କୁମୁଦିନୀ ଅଗ୍ରୀମ ୨ ଲକ୍ଷ ଟଙ୍କା ଦେଇଥିଲେ
- ଟଙ୍କା ପାଇବା ପରେ ଧରାଛୁଆଁ ଦେଇନଥିଲେ ରାଜକିଶୋର
- ଅନ୍ୟ ଦୁଇ ଜଣ ଅରୁଣ ଓ ଭବାନୀଙ୍କୁ ଯୋଗାଯୋଗ କରିଥିଲେ କୁମୁଦିନୀ
- ୭ ଦିନ ଭିତରେ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ
- ଏହା ପରେ କୁମୁଦିନୀଙ୍କୁ ପୁଣି ୭ ଲକ୍ଷ ଟଙ୍କା ମାଗିଥିଲେ
- କିଛି ଉପାୟ ନପାଇ ୭ ଳକ୍ଷ ଟଙ୍କା ଦେଇଥିଲେ କୁମୁଦିନୀ
- ଦୁଇ ଅଭିଯୁକ୍ତ କୁମୁଦିନୀଙ୍କୁ ଏକ ସରକାରୀ ଚାକିରିର ନିଯୁକ୍ତି ପତ୍ର ଧରାଇ ଥିଲେ
- ଅଭିଯୁକ୍ତ ତାଙ୍କୁ ଜାଲ୍ ନିଯୁକ୍ତପତ୍ର ଦେଇଥିବା ଜାଣିବାକୁ ପାଇଥିଲେ
- କିଛି ଉପାୟ ନପାଇ ସେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ
- ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା
- ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି