“ଯେ ନ କହିବ ଜୟ ଶ୍ରୀରାମ , ତାକୁ ପଠାଇଦିଅ କବ୍ରିସ୍ତାନ୍” ଭଳି ଉତ୍ତେଜିତ ଗୀତ ଗାଇ ବିବାଦରେ ଛନ୍ଦି ହୋଇଥିଲେ ଏହି ଗାୟକ !  ଘରୁ ଟେକିନେଲା ପୋଲିସ୍ । 

881

“ଭଗବାଧାରୀ ସବପେ ଭାରୀ , ଚଲେ ହେଁ ଅପନା ସୀନା ତାନ୍ , ଜୋ ନ ବୋଲେ ଜୟ ଶ୍ରୀ ରାମ , ଭେଜ୍ ଦୋ ଉସକୋ କବ୍ରିସ୍ତାନ୍” ଏଭଳି ଏକ ଉତ୍ତେଜିତପୂର୍ଣ୍ଣ ଗୀତରେ କଣ୍ଠଦାନ କରି ଫସିଛନ୍ତି ଗାୟକ ବରୁଣ ବହାର । ତାଙ୍କୁ ଉତ୍ତରପ୍ରଦେଶର ଗୋଣ୍ଡା ପୋଲିସ୍ ଗିରଫ କରିସାରିଛି । ଏହି ଗାୟକଙ୍କ ବିରୋଧରେ ଭିନ୍ନ ଭିନ୍ନ ସ୍ଥାନରେ ଏଫଆଇଆର୍ ଜାରି କରାଯାଇଛି । ଜୁଲାଇ ୨୬ ତାରିଖ ସକାଳେ ହଜରତଗଞ୍ଜ ଥାନା ପୋଲିସ୍ ବରୁଣଙ୍କୁ ତାଙ୍କ ଗାଁ ବନ୍ଦହରାରୁ ଗିରଫ କରିଛି । ଏହାପରେ ତାଙ୍କୁ ଲକ୍ଷ୍ନୌ ଅଣାଯାଇଥିଲା ।

ଗାୟକ ବରୁଣଙ୍କ ଗୀତରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ ହୋଇଛି । ଯେଭଳି – ଭଗବାନ ଶ୍ରୀରାମଙ୍କ ନାଁ ଯିଏ ଜପ ନ କରୁଛି ତାକୁ କବ୍ରିସ୍ତାନ (ଶ୍ମଶାନ) ପଠାଇଦେବା ଦରକାର ଇତ୍ୟାଦି । ପୋଲିସ୍ ର କହିବାନୁସାରେ ବରୁଣଙ୍କୁ ସୋସିଆଲ୍ ମିଡିଆରେ ଅଶ୍ଲିଳ ଏବଂ ଉତ୍ତେଜକ ଭଳି ଗୀତ ଅପଲୋଡ୍ କରିବା ଅଭିଯୋଗରେ ମନକାପୁରର ବନ୍ଦରାହ ଗାଁରୁ ଗିରଫ କରାଯାଇଛି । ସୋସିଆଲ୍ ମିଡିଆରେ ଏହି ଗୀତକୁ ନେଇ ଲୋକମାନଙ୍କର କ୍ରୋଧ ଦେଖିବାକୁ ମିଳିଥିଲା । ଏମିତିକି ୟୁଜର ବାରମ୍ବାର ବରୁଣଙ୍କ ଗିରଫ ଦାବିରେ ସୋସିଆଲ୍ ମିଡିଆରେ ଉତକ୍ଷିପ୍ତ ହୋଇଉଠିଛନ୍ତି । ଏହି ଗାୟକ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅଶ୍ଲିଳ ଏବଂ ଉତ୍ତେଜିତ ଗୀତ ଗାଇବାକୁ ନେଇ ଖୁବ୍ ଲୋକପ୍ରିୟ ରହିଛନ୍ତି । ତେବେ ଏହା ପ୍ରଥମ ନୁହଁ ଏହା ପୂର୍ବରୁ ମଧ୍ୟ ସେ ନିଜ ଗାଇଥିବା ଗୀତକୁ ନେଇ ବିବାଦରେ ରହିଆସିଛନ୍ତି । କିନ୍ତୁ ଏହି ଗୀତଟି ଗାଇବା ତାଙ୍କୁ ଖୁବ୍ ମହଙ୍ଗା ପଡିଛି । ଅଶ୍ଲୀଳତାକୁ ସାଧାରଣରେ ନେଇଥିବା ଲୋକ ଧର୍ମକୁ ସାଧାରଣରେ ନେଇନାହାନ୍ତି । ଏଥିପାଇଁ ଏହି ଗାୟକଙ୍କୁ ଥାନାକୁ ଯିବାକୁ ପଡିଛି ।