ଅନ୍ଧାର ହେଉ ହେଉ ହିଂସ୍ର ହୋଇ ଉଠିଲା ଜେଏନୟୁ କ୍ୟାମ୍ପସ୍ : ରଡ୍ , ଲୁହାବାଡିରେ ଛାତ୍ରଛାତ୍ରୀଙ୍କ ହାତଗୋଡ ଭାଙ୍ଗିଲେ ଆକ୍ରମଣକାରୀ , ଆହତ ହୋଇଥିବା ଛାତଛାତ୍ରୀ କହିଲେ ମନର କଥା ।

332

ଦିଲ୍ଲୀର ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ପୁଣିଥରେ ହିଂସାର ରଣହୁଙ୍କାର ବାଜିଛି । ରବିବାର ଅଧରାତିରେ କିଛି ମୁଖାପିନ୍ଧା ଆକ୍ରମଣକାରୀ ଛାତ୍ର ଏବଂ ବିଶ୍ୱବିଦ୍ୟାଳୟ ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୪ ରୁ ଅଧିକ ଛାତ୍ର ଆହତ ହୋଇଥିବା ସୂଚନା ମିଳୁଛି । ତେବେ ଅଧରାତିରେ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ କ’ଣ ହୋଇଥିଲା ତାହାର ସମ୍ପୁର୍ଣ୍ଣ ସୂଚନା ଏବେ ସାମ୍ନାକୁ ଆସୁଛି । ଯେଉଁ ଛାତ୍ରମାନଙ୍କ ଉପରେ ମାଡ ହୋଇଛି ସେମାନେ ସେତେବେଳର କଥାକୁ କହିଛନ୍ତି ।

ଏବିଭିପିର ଜଣେ ସଦସ୍ୟ ଶିବମ୍ ଚୌରାସିୟା ଜେଏନୟୁରେ ପିଏଚଡି ପାଠ ପଢୁଛନ୍ତି ତାଙ୍କ ଉପରେ ରଡ୍ ସାହାଯ୍ୟରେ ଆକ୍ରମଣ କରାଯିବା କଥା ସେ କହିଥିଲେ । ତାଙ୍କ ବେକ ପାଖରେ ଆଘାତ ଲାଗିଥିବା ବେଳେ ଡାକ୍ତର ତାଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶିବମଙ୍କ କହିବାନୁସାର , ଏହି ଗଣ୍ଡଗୋଳ ରେଜିଷ୍ଟ୍ରେସନ୍ କୁ ନେଇ ହୋଇଥିଲା । ଏହି ଘଟଣାରେ ଏବିଭିପିର ଅନେକ ଛାତ୍ର ଆହତ ହୋଇଥିବା ବେଳେ ସେମାନଙ୍କର କିଛି ସୂଚନା ଏଯାଏଁ ମିଳିପାରୁନାହିଁ ସେମାନେ କେଉଁଠି ଏବଂ କେମିତି ଅଛନ୍ତି କାହାରିକୁ କିଛି ଖବର ନାହିଁ ।

ଅନ୍ୟ ଜଣେ ଛାତ୍ର ମନିଷ୍ କୁହନ୍ତି ,ରଡ୍ ଦ୍ୱାରା ମାଡ ଖାଇବା ପରେ ତାଙ୍କ ହାତ ଫ୍ୟାକ୍ଚର ହୋଇଯାଇଛି । ଏମ୍ . ଫିଲ୍ କରୁଥିବା ଛାତ୍ର ଶେଷମଣିଙ୍କ କହିବାନୁସାର , ଆକ୍ରମଣ ସମୟରେ ତାଙ୍କ ହାତରେ ଜୋରରେ ଆଘାତ ଲାଗିଥିଲା ଯେଉଁଥିପାଇଁ ତାଙ୍କ ହାତରେ ଫ୍ୟାକ୍ଚର ହେବା ସହ ପ୍ଲାଷ୍ଟର ଏବଂ ରଡ୍ ଦିଆଯାଇଛି । ଆକ୍ରମଣକାରୀ ମାନେ ଲୁହାର ରଡ୍ ରେ ତାଙ୍କ ହାତ-ଗୋଡକୁ ପିଟି ଲହୁଲୁହାଣ କରିଥିଲେ । ସେମିଷ୍ଟାର୍ ରେଜିଷ୍ଟ୍ରେସନ୍ ନ କରିବା ପାଇଁ ଏଭଳି ମାମଲା କିଛି ଦିନ ଧରି ବିଶ୍ୱବିଦ୍ୟାଳୟରେ ଚାଲୁ ରହିଥିଲା । ରେଜିଷ୍ଟ୍ରେସନ୍ କୁ ଅସମର୍ଥ କରୁଥିବା ପିଲାମାନେ ସବୁ କ୍ଲାସ୍ କୁ ବଏକଟ୍ କରିଥିଲେ । ଯେଉଁମାନେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ଚାହୁଁଥିଲେ ସେମାନଙ୍କ ୱାଇ-ଫାଇ କାଟିଦିଆଯାଉଥିଲା । ଯେଉଁମାନେ ଅଫଲାଇନ୍ ରେଜିଷ୍ଟ୍ରେସନ୍ କରୁଥିଲେ ସେମାନଙ୍କ ଉପରେ ଏଭଳି ଆକ୍ରମଣ କରାଗଲା । ଆକ୍ରମଣ ସମୟରେ ୫୦୦ ରୁ ୬୦୦ ଛାତ୍ର ହଷ୍ଟେଲ୍ ଭିତରକୁ ପ୍ରବେଶ କଲେ ସେଥିରେ ଜାମିୟା କଲେଜ୍ ର କିଛି ଛାତ୍ର ସାମିଲ୍ ଥିବା କଥା କୁହନ୍ତି ଶେଷମଣି । ଆକ୍ରମଣକାରୀଙ୍କ ମଧ୍ୟରେ ଥିବା ଜାମିୟାର ଦୁଇ ଛାତ୍ରଙ୍କୁ ସେ ଚିହ୍ନିପାରିଥିବା କଥା କୁହନ୍ତି । ଆକ୍ରମଣକୁ ନେଇ ଜେଏନୟୁ ଛାତ୍ରୀ ଗୀତାଙ୍କ ଅଭିଯୋଗ ଯେ ଆକ୍ରମଣକାରୀ ସାବରମତୀ ବ୍ୟାଜ୍ ହଷ୍ଟେଲର ସବୁ କୋଠରୀ ଉପରେ ଆକ୍ରମଣ କଲେ କିନ୍ତୁ ଏବିଭିପି ରୁମ୍ ସବୁକୁ ଛାଡିଦେଲେ ।