ଜେଏନୟୁ ଆକ୍ରମଣକୁ ନେଇ ଥମୁନି ରାଜନୀତି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ, ସେପଟେ କେଜ୍ରିୱାଲ କହିଲେ, କ୍ୟାମ୍ପସରେ ଛାତ୍ରଛାତ୍ରୀ ନୁହନ୍ତି ସୁରକ୍ଷିତ?

176

କନକ ବ୍ୟୁରୋ : ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣକୁ ନେଇ ତେଜିଲାଣି ରାଜନୀତି । ଘଟଣାକୁ ତୀବ୍ର ନିନ୍ଦାକରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ପ୍ରଶ୍ନ କହିଛନ୍ତି-ଯଦି ଛାତ୍ରଛାତ୍ରୀ ୟୁନିଭର୍ସିଟି ଭିତରେ ସୁରକ୍ଷିତ ରହିବେ ନାହିଁ ତେବେ ଦେଶ କେମିତି ଉନ୍ନତି କରିବ । ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ସେ ଉପ-ରାଜ୍ୟପାଳଙ୍କୁ ଜଣାଇଛନ୍ତି ।

ଏପଟେ ରାହୁଲ ଗାନ୍ଧୀ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଫାଶୀବାଦୀଙ୍କ ନିୟନ୍ତ୍ରଣକୁ ଦେଶ ଚାଲି ଯାଇଛି ଏବଂ ସାହାସୀ ଛାତ୍ରଛାତ୍ରୀମାନେ ଏହି ଫାଶୀବାଦୀଙ୍କୁ ସାହାସିକତାର ସହ ମୁକାବିଲା କରିଛନ୍ତି ବୋଲି ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏମ୍ସ ପହଂଚି ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଆଉ ଏହାରି ଭିତରେ ବିଜେପି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଘଟଣାକୁ ନିନ୍ଦା କରିଛି ।