ଦିଲ୍ଲୀର ଜବାହାରଲାଲ୍ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ଗତରାତ୍ରିରେ କୁଳପତିଙ୍କ ଘରେ ଆକ୍ରମଣ ହୋଇଛି । ଭିସିଙ୍କ ମୁତାବକ ପାଞ୍ଚଶହ ଛାତ୍ର ମିଶି ପ୍ରଥମେ ତାଙ୍କ ଘରକୁ ଚାରିପଟୁ ଘେରିଥିଲେ ଏହା ପରେ ମେନ୍ ଗେଟ୍ ଭାଙ୍ଗି ଘରକୁ ପ୍ରବେଶ କରିଥିଲେ । ଏହି ଆକ୍ରମଣ ସମୟରେ କୁଳପତିଙ୍କ ପତ୍ନୀ ଏକୁଟିଆ ଘରେ ଉପସ୍ଥିତ ଥିଲେ । ସୁରକ୍ଷାକର୍ମୀଙ୍କ ଆକଟ ପରେ ମଧ୍ୟ ଜେଏନୟୁ ଛାତ୍ରଗୋଷ୍ଠୀ ଘରେ ପ୍ରବେଶ କରିଥିଲେ । ଟଣାଓଟରାରେ ଛାତ୍ରମାନଙ୍କ ଦ୍ୱାରା ତିନି ମହିଳା ଗାର୍ଡ ଆହତ ହୋଇଥିଲେ । ଏହି ଛାତ୍ରମାନେ ୩ ଘଣ୍ଟା ପର୍ଯ୍ୟନ୍ତ ଭି.ସି ଜଗଦୀସ୍ କୁମାରଙ୍କ ଧର୍ମପତ୍ନୀଙ୍କୁ ବନ୍ଦୀ କରି ରଖିଥିଲେ । ଛାତ୍ରମାନଙ୍କ ଦ୍ୱାରା ଏଭଳି ଅଚାନକ ଆକ୍ରମଣର ଶିକାର ହୋଇଥିବା କୁଳପତିଙ୍କ ଭୟଭୀତ ପତ୍ନୀ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ତେବେ ବିଶ୍ୱବିଦ୍ୟାଳୟ ମୁତାବକ ଅନଲାଇନ୍ ପ୍ରବେଶିକା ପରୀକ୍ଷାରେ ଲାଗୁ କରାଯାଇଥିବା ନିୟମ ବିପକ୍ଷରେ ଛାତ୍ର ବିରୋଧ କରିଆସୁଥିଲେ । ଏହି କାରଣରୁ ଗତ ୧ ସପ୍ତାହ ଧରି ଏହି ଛାତ୍ରମାନେ ଅନଶନରେ ମଧ୍ୟ ବସିଥିଲେ । ତେବେ ସୋମବାର ସନ୍ଧ୍ୟାରେ ୫୦୦ ଛାତ୍ର ଏକାଠି ହୋଇ ପ୍ରଥମେ କୁଳପତିଙ୍କ ଘର ପର୍ଯ୍ୟନ୍ତ ରାଲି କରିଥିଲେ । ଏହାପରେ ଗେଟ୍ ଭାଙ୍ଗି ଘରେ ପ୍ରବେଶ କରି ଏଭଳି କାଣ୍ଡ ଭିଆଇଥିଲେ । ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା ଅନ୍ୟ ଅଧ୍ୟାପକଙ୍କ ପତ୍ନୀମାନେ ଏକାଠି ହୋଇ କୁଳପତିଙ୍କ ଧର୍ମପତ୍ନୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ସହ ଛାତ୍ରଙ୍କୁ ଶାନ୍ତ କରିଥିଲେ । ଏହି ମାମଲାରେ ବିଶ୍ୱବିଦ୍ୟାଳୟ ତରଫରୁ ଦିଲ୍ଲୀ ଥାନାରେ ଏତଲା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/Capture-19.jpg)
/kanak/media/post_attachments/wp-content/uploads/2019/03/JNUvc-265769456_6-300x138.png)