କନକ ବ୍ୟୁରୋ : ଦିଲ୍ଲୀ ଜେଏନୟୁରେ ଲାଗି ରହିଥିବା ଫି’ ବିବାଦ ଏବେ ନୂଆ ରୂପ ନେଇଛି । ବର୍ଦ୍ଧିତ ଫି’ କମ୍ ହେବା ପରେ ବିବାଦ ସରିବ ବୋଲି ଆଶା କରାଯାଉଥିବା ବେଳେ ଆଉ ଏକ ନୂଆ ବିବାଦ ଯୋଡ଼ି ହୋଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସ୍ୱାମୀ ବିବବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିବାର ଖବର ମିଳିଛି ।
ପ୍ରତିମୂର୍ତ୍ତିକୁ ବିକୃତ କରାଯିବା ସହ ଆପତ୍ତିଜନକ ଶବ୍ଦ ମଧ୍ୟ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହାକୁ ଏକ ଛାତ୍ର ଗୋଷ୍ଠୀ ବିକ୍ଷୋଭ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଗତକାଲି ମଧ୍ୟ ଜେଏନୟୁରେ ଦେଖିବାକୁ ମିଳିଥିବା ପ୍ରତିବାଦର ତୀବ୍ର ସ୍ୱର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/jnu.jpg)