ମୃତ୍ୟୁ କ’ଣ ଜାଣିବା ପାଇଁ ଆତ୍ମହତ୍ୟା କଲେ ଜେଏନୟୁ ଛାତ୍ର : ଆତ୍ମହତ୍ୟା ପୂର୍ବରୁ ପ୍ରଫେସରଙ୍କୁ ଇମେଲ କଲେ ସୁସାଇଡ୍ ନୋଟ୍

299

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଶୁକ୍ରବାର ଦିନ ଅଭିଯୋଗ କ୍ରମେ ବିଶ୍ୱବିଦ୍ୟାଳୟର ଷ୍ଟଡି ରୁମରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି । ପୁଲିସର ସୂଚନା ଅନୁସାରେ, ସ୍ନାତକୋତ୍ତର ଦ୍ୱିତୀୟ ବର୍ଷ ଛାତ୍ର ରିଷି ଜୋଶୁଆ ବେକରେ ଫାସି ଲଗାଇବା ପୂର୍ବରୁ ଏକ ସୁସାଇଡ ନୋଟ୍ ଇଂରାଜୀ ପ୍ରଫେସରଙ୍କୁ ଇମେଲ କରିଥିଲେ ।

ପୁଲିସ ସୂଚନା ଅନୁସାରେ, ଜୋଶୁଆ ନିଜ ପ୍ରଫେସରଙ୍କୁ ପଠାଇଥିବା ଇମେଲରେ ଲେଖିଥିଲେ, “କିଛି ସମୟରୁ ମୃତ୍ୟୁର ଭୌତିକ ସ୍ଥିତିକୁ ଅନୁଭବ କରିବାକୁ ଚାହୁଁଛି । ଯେପର୍ଯ୍ୟନ୍ତ ଆପଣ ଏହି ଇ-ମେଲ ପଢ଼ିବେ, ମୁଁ ଭୌତିକ ଅବସ୍ଥାରେ ରହିବି ନାହିଁ । ମୋ ପରିବାର ଲୋକଙ୍କ ଧ୍ୟାନ ରଖିବେ ।” ପୁଲିସକୁ ଏହି ଘଟଣା ବିଷୟରେ ଛାତ୍ରବାସର ୱାର୍ଡେନ ସୂଚନା ଦେଇଥିଲେ । ଏହାପରେ ପୁଲିସର ତଦନ୍ତ ଚାଲିଛି । ପ୍ରଫେସରଙ୍କୁ ସୁସାଇଡ ନୋଟ୍ ପଠାଇବା ଘଟଣାରେ ଷଡଯନ୍ତ୍ରର କୌଣସି ସନ୍ଦେହ କରାଯାଉନି ।