ଜେଏନୟୁରେ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ସହ ବୈଠକରେ ବାହାରି ପାରିଲାନି ନିଷ୍କର୍ସ ।

98

କନକ ବ୍ୟୁରୋ : ଜେଏନୟୁରେ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବେବି ଜାରି ରହିଛି । ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାର ଉପରେ ବର୍ଷିଥିଲେ ଛାତ୍ର ସଂଗଠନ । ସରକାର ଫି’ ବୃଦ୍ଧି ନହଟେଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ ଛାତ୍ର ସଂଗଠନ ।

ଏହି ପ୍ରସଙ୍ଗ ନେଇ ଆଜି ଛାତ୍ର ସଂଘ ସଦସ୍ୟମାନେ କେନ୍ଦ୍ର ମାନବ ସଂଶୋଧନ ମନ୍ତ୍ରାଳୟ କାର୍ଯ୍ୟାଳୟକୁ ଯାଇଛନ୍ତି । ସେଠାରେ ତାଙ୍କ ଦାବି ନେଇ ଆଲୋଚନା କରାଯାଉଛିି । ଆଶା କରାଯାଉଛି ଛାତ୍ରଛାତ୍ରୀଙ୍କ ସମସ୍ୟା ଆଜି ସମାଧାନ ବାଟ ବାହାରିପାରେ । ହଷ୍ଟେଲ ଫି’ ହଟାଇବା ପାଇଁ ସରକାରଙ୍କ ପାଖରେ ଦାବି ରଖିଛନ୍ତି ଛାତ୍ର ସଂଗଠନ । ସେପେଟ ଆନ୍ଦୋଳନ ଜାରି ରଖିଛନ୍ତି ଛାତ୍ରଛାତ୍ରୀ ।

ସେମାନଙ୍କ ଦାବି ଥିଲା ମନ୍ତ୍ରାଳୟ କିମ୍ବା ଭିସିଙ୍କ ସହ ତାଙ୍କ ଆଲୋଚନା କରାଯାଉ । ହେଲେ ଆଲୋଚନା ହୋଇ ନପାରିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ସେପଟେ ଜେଏନୟୁର ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ ଦିଲ୍ଲୀ ପୋଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀ ପୋଲିସ କାର୍ଯ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ବସନ୍ତ ବିହାର ପାଖରେ ଅଟକାଇଥିଲା ପୋଲିସ । ସେଠାରୁ ପୋଲିସ ଛାତ୍ରଙ୍କୁ ଭ୍ୟାନରେ ବସାଇ ଥାନାକୁ ନେଇ ଯାଇଥିଲା ।