ଗତକାଲି ସାରା ଦିନ ସଂସଦ ସାମ୍ନାରେ ମାର୍ଚ୍ଚ କରିବା ପରେ ଶାନ୍ତ ହୋଇଥିଲେ ଜେଏନୟୁ ଛାତ୍ର । ଗିରଫ ହୋଇଥିବା ଛାତ୍ରଙ୍କୁ ପୋଲିସ୍ ଛାଡିସାରିଛି । ଅନ୍ୟପକ୍ଷରେ ଜେଏନୟୁ ଛାତ୍ରସଂଘର ସଦସ୍ୟ ମାନବ ସଂସାଧନ ବିକାଶ ମନ୍ତ୍ରାଳୟର ସଚିବଙ୍କ ସହ ସାକ୍ଷାତ କରି ନିଜ ଦାବି ଉପସ୍ଥାପନ କରିଛନ୍ତି ଏବଂ ଛାତ୍ରଙ୍କ ଦାବିକୁ ମଧ୍ୟ ସ୍ୱୀକାର କରାଯାଇଛି । ଛାତ୍ରସଂଘ ପକ୍ଷରୁ ଦିଲ୍ଲୀ ପୋଲିସ୍ ଦ୍ୱାରା ଲାଠିଚାର୍ଜକୁ ନେଇ ମନ୍ତ୍ରାଳୟକୁ ମଧ୍ୟ ସୂଚିତ କରାଯାଇଛି ଏବଂ ଦିଲ୍ଲୀ ପୋଲିସ୍ ବିପକ୍ଷରେ ତକ୍ରାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ରସଂଘ ପକ୍ଷରୁ ଦାବି କରାଯାଇଛି ।
Shashi Bhushan Samad, revolutionary singer, councillor, JNUSU has been brutally beaten up. He is visually challenged. Inspite of that Police stamped his chest with boots. He is in AIIMS Trauma Centre. His condition is critical.#JNUProtestspic.twitter.com/KNfAE8dIEo
— N Sai Balaji (@nsaibalaji) November 18, 2019
ଜେଏନୟୁ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନକାରୀ ଛାତ୍ରମାନଙ୍କ ମଧ୍ୟରୁ ପୋଲିସ୍ ଜଣେ ଦୃଷ୍ଟିହୀନ ଛାତ୍ର ଏବଂ ୧୫ ଅନ୍ୟ ଛାତ୍ରଙ୍କୁ ପିଟି ଗୁରୁୁତର କରିଦେଇଛି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ଛାତ୍ରମାନେ କହିଥିଲେ ଯେ ଦିଲ୍ଲୀ ପୋଲିସ୍ ତାଙ୍କ ଉପରକୁ କ୍ରୁର ବଳର ପ୍ରୟୋଗ କରି ଲହୁଲୁହାଣ କରିଥିଲେ । ଆହତ ଛାତ୍ର ଏବେ ଡାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି । ଦୃଷ୍ଟିହୀନ ଛାତ୍ର ଶଶି ଭୂଷଣ ସଂପଦଙ୍କୁ ଦିଲ୍ଲୀ ପୋଲିସ୍ ଅତି ନିର୍ମମ ଭାବେ ପିଟି ଲହୁଲୁହାଣ କରିଦେଇଛି ଯାହାଙ୍କ ଚିକିତ୍ସା ଏବେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାରେ ଚାଲିଛି ।