ଜେଏନୟୁରେ ଆରମ୍ଭ ହେବ ଇସଲାମିକ ଆତଙ୍କବାଦ ପାଠ୍ୟକ୍ରମ ! ଅନେକ ବିରୋଧ ମଧ୍ୟରେ କର୍ତ୍ତୃପକ୍ଷ ନେଲେ ନିଷ୍ପତ୍ତି ।

47

ଜବାହାରଲାଲ ନେହେରୁ ୟୁନିଭରସିଟି(ଜେଏନୟୁ)ରେ  ଇସଲାମିକ ଟେରୋରିଜିମ ପାଠ୍ୟକ୍ରମ ଆରମ୍ଭ କରାଯିବ । ଏହି ପାଠ୍ୟକ୍ରମକୁ ନେଇ କଲେଜର ଆକାଡେମିକ କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପ୍ରଥମେ ବୈଠକରେ କିଛି ସଦସ୍ୟଙ୍କୁ କହିବା ପାଇଁ ସୁଯୋଗ ମିଳିନଥିବା ସେମାନେ ଅଭିଯୋଗ କରିଥିଲେ । ତେବେ ଏହି ପାଠ୍ୟକ୍ରମକୁ ନେଇ ବିରୋଧ କରାଯାଉଥିବା ମଧ୍ୟ ଜଣାପଡିଛି ।

ବିଶ୍ୱବିଦ୍ୟାଳୟର ଆକାଡେମିକ ପରିଷଦ, ରାଷ୍ଟ୍ରୀୟ ସୁରକ୍ଷା ଅଧ୍ୟୟନ କେନ୍ଦ୍ର ସ୍ଥାପିତ କରିବାର ପ୍ରସ୍ତାବକୁ ପାସ କରିଦେଇଛନ୍ତି । ଯେଉଁଥିରେ ଇସଲାମିକ ଆତଙ୍କବାଦ ଉପରେ ପାଠ୍ୟକ୍ରମ ରହିବ । ପରିଷଦର ବୈଠକରେ ଯୋଗ ଦେବା ପରେ ଜଣେ ପ୍ରଫେସର ଏହି ସୂଚନା ଦେଇଛନ୍ତି ।


ପରିଷଦର ୧୪୫ତମ ବୈଠକରେ ବିଶେଷ ଭାବେ ଆମନ୍ତ୍ରଣ ହୋଇଥିବା ସଦସ୍ୟ ଏବଂ ଜେଏନୟୁ ଶିକ୍ଷକସଂଘ ପଦାଧିକାରୀ ମାନେ ଯୋଗ ଦେଇଥିଲେ । ଇସଲାମିକ ଆତଙ୍କବାଦ ଉପରେ ପାଠ୍ୟକ୍ରମ ଆରମ୍ଭ କରିବାକୁ ବୈଠକରେ ଯୋଗ ଦେଇଥିବା ଅନେକ ସଦସ୍ୟ ବିରୋଧ କରିଥିଲେ । ସେମାନେ କହିଥିଲେ ଯେ, ଏହା ଏକ ସାମ୍ପ୍ରଦାୟିକ ସ୍ୱଭାବର ପାଠ୍ୟକ୍ରମ ଅଟେ । ତେବେ ଅପରପଟେ ବୈଠକରେ ଯୋଗ ଦେଇଥିବା ଅନ୍ୟ ସଦସ୍ୟମାନେ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ ।

ରିପୋର୍ଟ ଅନୁଯାୟୀ, ଜେଏନୟୁ ଛାତ୍ର ସଂସଦ ଉପ ସଭାପତି ସିମୋନ ଜୋୟା ଖାନ କହିଛନ୍ତି ଯେ, ଜେଏନୟୁର କୁଳପତି ଜଗଦିଶ କୁମାର ବିଶ୍ୱବିଦ୍ୟାଳୟରେ ଇସଲାମିକ ଆତଙ୍କବାଦ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଅନୁମତି ଦେଇଛନ୍ତି । ତେବେ ଛାତ୍ର ସଂସଦର କହିବା କଥା, ଆରଏସଏସ ଏବଂ ବିଜେପିର ନିର୍ବାଚନ ପ୍ରଚାର ଏହି ପାଠ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ତେବେ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ପୁଣି ଥରେ କ୍ୟାମ୍ପସରେ ଶିକ୍ଷକ-ଛାତ୍ର ଏବଂ ପ୍ରଶାସନ ସାମ୍ନାସାମ୍ନି ହୋଇଛନ୍ତି ।