ଆରଟିଆଇ ଖୋଲିଲା ଜେଏନୟୁ ପିଲାଙ୍କ ପୋଲ୍ ! ରାଜନୀତିର ଆଖଡା ଶାଳ କୁହାଯାଉଥିବା ଜେଏନୟୁ ବିଶ୍ୱବିଦ୍ୟାଳୟର ୮୨ ଜଣ ଛାତ୍ରଛାତ୍ରୀଙ୍କ ନାଗରିକତା ବିଷୟରେ ଜାଣିନାହିଁ ମ୍ୟାନେଜମେଣ୍ଟ୍ ।

234

କୋଟାର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ସୁଜିତ୍ ସ୍ୱାମୀ ଜେଏନୟୁରେ ପଢୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆରଟିଆଇ ଲଗାଇଥିଲେ । ଯେଉଁଥିରୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି । ଜେଏନୟୁରେ ପାଠ ପଢୁଥିବା ୮୨ ଜଣ ଛାତ୍ରଛାତ୍ରୀଙ୍କ ରାଷ୍ଟ୍ରୀୟତା କ’ଣ ଏହା ବିଶ୍ୱବିଦ୍ୟାଳୟ ମ୍ୟାନେଜମେଣ୍ଟ୍ କୁ ମଧ୍ୟ ଅବଗତ ନାହିଁ । ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ପଢୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ନାଗରିକତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସରକାରଙ୍କ ପ୍ରତିଟି ବିଷୟ ଯଥା – ସିଏଏ , ଏନଆରସି , ଧାରା-୩୭୦ ଏବଂ କେନ୍ଦ୍ର ସରକାରଙ୍କ ନୀତିକୁ ନେଇ ରାଜନୀତିର ଆଖଡାଶାଳ ପାଲଟିଥିବା ଜେଏନୟୁ ବିଶ୍ୱବିଦ୍ୟାଳୟ ପାଖରେ ନିଜ ଛାତ୍ରଙ୍କର ହିଁ ସମ୍ପୁର୍ଣ୍ଣ ଡାଟା ନଥିବା ପ୍ରଶ୍ନ ଉଠୁଛି । ସୁଜିତ୍ ସ୍ୱାମୀ ଡିମେମ୍ବର ମାସରେ ଏଭଳି ଏକ ଆରଟିଆଇ ଲଗାଇଥିଲେ ଯାହାର ଜବାବ୍ ଜାନୁଆରୀ ୧୪ ତାରିଖରେ ବିଶ୍ୱବିଦ୍ୟାଳୟ ମ୍ୟାନେଜମେଣ୍ଟ୍ ଦ୍ୱାରା ସୁଜିତ୍ ଙ୍କୁ ପଠାଗଲା । ସ୍ୱାମୀଙ୍କ କହିବା ମତରେ , ୩୦୧ ଜଣ ବିଦେଶୀ ଛାତ୍ରଛାତ୍ରୀ ଜେଏନୟୁରେ ପଢୁଛନ୍ତି । ଯେଉଁଥିରେ ଉତ୍ତର କୋରିଆର ଅଧିକ ପିଲା ସାମିଲ୍ ଅଛନ୍ତି । ୪୮ ଭିନ୍ନ ଭିନ୍ନ ଦେଶର ଛାତ୍ରଛାତ୍ରୀ ୭୮ ଟି କୋର୍ସରେ ଆଡମିଶନ୍ ନେଇଛନ୍ତି । 

 

ଜେଏନୟୁରେ ମୋଟ୍ ୮୮୦୫ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଯେଉଁଥିରେ ମାତ୍ର ୧୪ ଟି କୋର୍ସ ୟୁଜି କୋର୍ସ ଅଟେ ଯାହାର ସଂଖ୍ୟା ୧୨୬୪ । ଅନ୍ୟପକ୍ଷରେ ଏମ.ଫିଲ୍ ଏବଂ ପିଏଚଡି କୋର୍ସ ଏଥିରେ ଅଧିକ ରହିଛି । ଯେଉଁଥିରେ ୪୨୫୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେହିଭଳି ପିଜିରେ ୨,୮୭୭ , ପାର୍ଟ ଟାଇମ୍ ୨୮୨ , ଏମଟେକ୍ ଏବଂ ଏମପିଏଚରେ ୧୩୧ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେବେ ବଡ଼ କଥା ହେଉଛି ଏମାନଙ୍କ ଭିତରୁ ୮୨ ଜଣ ଛାତ୍ରଛାତ୍ରୀଙ୍କ ନାଗରିକତାର ଡାଟା ବିଶ୍ୱବିଦ୍ୟାଳୟ ପାଖରେ ନାହିଁ ।

ସୌଜନ୍ୟ : ଆଜତକ୍