କନକ ବ୍ୟୁରୋ : ଜେଏନୟୁ ହିଂସାକାଣ୍ଡ ଘଟଣା ପରେ ଦେଶବ୍ୟାପି ଦେଖିବାକୁ ମିଳିଛି ପ୍ରତିବାଦ ଓ ବିରୋଧର ସ୍ୱର । ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜେଏନୟୁକୁ ସମର୍ଥନ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖାଲି ଭାରତ କାହିଁକି, ଲଣ୍ଡନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟରେ ହିଂସାକାଣ୍ଡ ବିରୋଧରେ ବାହାରିଛି ଶୋଭାଯାତ୍ରା । ଜେଏନୟୁରେ ମଧ୍ୟ ଉତେଜନା ଲାଗି ରହିଛି । ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଏବଂ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ହିଂସାକାଣ୍ଡ ପାଇଁ ଜେଏନୟୁ ଛାତ୍ର ସଂଘ ଏବଂ ଏବିଭିପି ପରସ୍ପରକୁ ଦୋଷାରପ କରୁଥିବା ବେଳେ ବର୍ତମାନ ସୁଦ୍ଧା କେହି ଗିରଫ ହୋଇନାହାନ୍ତି ।
/kanak/media/post_attachments/wp-content/uploads/2020/01/vlcsnap-2020-01-07-06h55m12s236-300x169.png) ତେବେ ପୋଲିସର କହିବା ହେଲା, ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି ଏବଂ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଗତକାଲି ରାତିରେ ଇଣ୍ଡିଆନ ୟୁଥ କଂଗ୍ରେସ ପକ୍ଷରୁ ଟର୍ଚ୍ଚଲାଇଟ ମାର୍ଚ୍ଚ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ କର୍ମୀ ଭାଗ ନେଇଥିଲେ । ଦିଲ୍ଲୀ କଂଗ୍ରେସ ସଭାପତି ସୁବାସ ଚୋପ୍ରା କହିଛନ୍ତି, ଏହି ଆକ୍ରମଣ ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦେବା ଦରକାର । ଇଂରେଜ ଶାସନରେ ମଧ୍ୟ ଦେଶ ଏପରି ହିଂସାକାଣ୍ଡ ଦେଖିନଥିଲା ବୋଲି ସେ କହିଛନ୍ତି । ସେପଟେ ହିଂସାକାଣ୍ଡର ପ୍ରତିବାଦରେ ମୁମ୍ବାଇରେ ଏବିଭିପି ପକ୍ଷରୁ ହୁତାତମା ଚୌକରେ ଜାତୀୟ ପତାକା ଏବଂ ପ୍ଲାକାର୍ଡ ସହିତ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା ।
ତେବେ ପୋଲିସର କହିବା ହେଲା, ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି ଏବଂ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଗତକାଲି ରାତିରେ ଇଣ୍ଡିଆନ ୟୁଥ କଂଗ୍ରେସ ପକ୍ଷରୁ ଟର୍ଚ୍ଚଲାଇଟ ମାର୍ଚ୍ଚ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ କର୍ମୀ ଭାଗ ନେଇଥିଲେ । ଦିଲ୍ଲୀ କଂଗ୍ରେସ ସଭାପତି ସୁବାସ ଚୋପ୍ରା କହିଛନ୍ତି, ଏହି ଆକ୍ରମଣ ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦେବା ଦରକାର । ଇଂରେଜ ଶାସନରେ ମଧ୍ୟ ଦେଶ ଏପରି ହିଂସାକାଣ୍ଡ ଦେଖିନଥିଲା ବୋଲି ସେ କହିଛନ୍ତି । ସେପଟେ ହିଂସାକାଣ୍ଡର ପ୍ରତିବାଦରେ ମୁମ୍ବାଇରେ ଏବିଭିପି ପକ୍ଷରୁ ହୁତାତମା ଚୌକରେ ଜାତୀୟ ପତାକା ଏବଂ ପ୍ଲାକାର୍ଡ ସହିତ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା ।
ହିଂସାକାଣ୍ଡକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ବଲିଉଡ । ଅନୁରାଗ କସ୍ୟପ, ଅନୁଭବ ସିହ୍ନା, ତାପସି ପନୁ, ଜୋୟା ଅଖତର, ଦିୟା ମିର୍ଜା, ରାହୁଲ ବୋଷ ପ୍ରମୁଖ କାର୍ଟର ରୋଡରେ ବିରୋଧ ପ୍ରଦର୍ଶନ କରିଥିଲେ । ସେପଟେ ତୃଣମୂଳ କଂଗ୍ରେସର କିଛି ସାଂସଦ ଜେଏନୟୁ ଆସିଥିଲେ ମଧ୍ୟ ସେମାନଙ୍କୁ ଭିତରେ ପ୍ରବେଶ ଅନୁମତି ମିଳିନଥିଲା । ଆଇଆଇଏମଏ ଅହମଦାବାଦରେ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ଭାବେ ମାର୍ଚ୍ଚ କରିଥିଲେ । ଗେଟୱେ ଅଫ ଇଣ୍ଡିଆ ନିକଟରେ ମଧ୍ୟ ଦେଖିବାକୁ ମିଳିଥିଲା ଛାତ୍ରଛାତ୍ରୀଙ୍କ ପ୍ରତିବାଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/vlcsnap-2020-01-07-06h54m57s90.png)