କନକ ବ୍ୟୁରୋ : ଜେନେୟୁ କ୍ୟାମ୍ପସରେ ବିବାଦ କିଛି ନୂଆ କଥା ନୁହେଁ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ବିବାଦ ଏଠାରେ ଦେଖିିବାକୁ ମିଳିଥାଏ । ତେବେ ଏବେ ପୁଣି ଜେଏନୟୁରେ ଦେଖାଦେଇଛି ଜାତିଗତ ବିବାଦ । ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟରେ ଗୁରୁବାର ରାତି ଠାରୁ କ୍ୟାମ୍ପସ ମାହୋଲ ଗରମ ରହିଛି । ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇନଂଟରନ୍ୟାସନାଲ ଷ୍ଟଡିଜ କାନ୍ଥରେ ଭିନ୍ନ ଭିନ୍ନ ଜାତିବାଦି ନାରା ଲେଖାଥିବା ନଜର ଆସିଛି । କେଉଁଠି ବ୍ରାହ୍ମଣ ଭାରତ ଛାଡ଼, ବ୍ରାହ୍ମଣ କ୍ୟାମ୍ପସ ଛାଡ଼ ଲେଖାହୋଇଛି ତ ଆଉ କେଉଁଠି ଶାଖାକୁ ଫେରିଯାଅ, ରକ୍ତ ବହିବ ଆଦି ନାରା ଲେଖାହୋଇଛି । ଆଉ ଏହାକୁ ନେଇ ଦେଖାଦେଇଛି ଛାତ୍ରଙ୍କ ମଧ୍ୟରେ ସଂଘର୍ଷ । ଏବିଭିପିି ଏବଂ ବାମପନ୍ଥୀ ଛାତ୍ର ସଙ୍ଗଠନ ପରସ୍ପର ଉପରେ ଦୋଷାରୋପ କରିବାରେ ଲାଗିଛନ୍ତି । ଯାହାକୁ ନେଇ ଖୁବ ଜୋରରେ ବିବାଦ ତେଜି ଉଠିଛି । ଏବିଭିପିର ଛାତ୍ର କହିଛନ୍ତି, ଏହା ବାମପନ୍ଥୀ ଛାତ୍ରଙ୍କ କାମ, ସେମାନେ ପୁଣି ଜେନେୟୁରେ ହଙ୍ଗାମା ଚାହାନ୍ତି । ଅନ୍ୟପଟେ ବାମପନ୍ଥୀ ଛାତ୍ର ଏହାର ପ୍ରତିବାଦ କରି ଏହା ଏବିଭିପିର କାମ ବୋଲି ଦୋଷାରୋପ କରିଛନ୍ତି ।
ଉଭୟ ଏବିଭିପି ଓ ବାମପନ୍ଥୀ ପରସ୍ପରକୁ ଦୋଷାରୋପ କରିଛନ୍ତି । ଏହା ଏବିଭିିପିର କାମ ହୋଇଥିବା ବାମପନ୍ଥୀ ଛାତ୍ର କହିଥିବାବେଳେ ଜେନେୟୁ ପ୍ରଶାସନ ଏବଂ ପୁଲିସର ସାହାଯ୍ୟ ନେଇ ବାମପନ୍ଥୀ ସ୍ୱରକୁ ଚାପି ଦେବାକୁ ଏବିଭିପି ଏପରି କାମ କରିଛି ବୋଲି ବାମପନ୍ଥୀ ଆକ୍ଷେପ କରିଛି । ଏହି ଲଢ଼େଇ କେବଳ କ୍ୟାମ୍ପସରେ ସୀମିତ ନାହିଁ ଏହାର ପ୍ରଭାବରେ ଏବେ ସୋସିଆଲ ମିଡ଼ିଆରେ ଝଡ଼ ସୃଷ୍ଟି ହୋଇଛି । ଏବଂ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି ଜେନେୟୁ କ୍ୟାମ୍ପସକୁ ଧାର୍ମିକ ସମୂହର ଆଡ୍ଡାସ୍ଥଳୀ କହିଛନ୍ତି ତ ଆଉ କେହି ଏହାକୁ ଆତଙ୍କୀଙ୍କ ନର୍ସରୀ ବୋଲି କହିଛନ୍ତି । ଅନ୍ୟପଟେ ଅଲ ଇଣ୍ଡିଆ ଷ୍ଟୁଡେଣ୍ଡ ସମର୍ଥକ ଛାତ୍ର କହିଛନ୍ତି, ଏହି ନାରା ପଛରେ ଘୃଣ୍ୟ ମାନସିକତା କାମ କରୁଛି । ଯାହା ଶେଷରେ ନିଜର ଲକ୍ଷ୍ୟ ପୂରଣ କରିବାକୁ ଚାହେଁ ।
କ୍ୟାମ୍ପସରେ ଏପରି ଘଟଣାକୁ ପ୍ରଶାସନ ନିନ୍ଦା କରୁଛି । ଏପରି ଘଟଣା ସହ୍ୟ କରିହେବ ନାହିଁ, କାରଣ ଜେନେୟୁ ସମସ୍ତଙ୍କର ବୋଲି ବିବାଦ ପରେ ବିଶ୍ୱବିଦ୍ୟାଳୟ ନୋଟିସରେ କୁହାଯାଇଛି । କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି ।