ଖୁବ ଶୀଘ୍ର ଜେଏନୟୁ ହେବ ଦେଶର ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ! ଜଣେ ଛାତ୍ର ପାଇଁ ରହିବେ ୩-୪ ଅଧ୍ୟାପକ ।

48
ଦେଶର ଏକ ସୁପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭାବରେ ଜବାହାରଲାଲ ନେହେରୁ ୟୁନିଭରସିଟି ପରିଚିତ । ଜେଏନୟୁ ଏବେ ପିଏଚଡି ଏବଂ ଏମଫିଲକୁ ନେଇ ଥିବା ନିୟମ ଗୁଡିକୁ ଜଟିଳ କରିଦେଇଛି । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେଉଁଭଳି ଭାବରେ ଜେଏନୟୁ ନିଜର ନିୟମକୁ ବଦଳାଇ ନୂଆ ନିୟମ ତିଆରି କରିଛି, ସେଥି ପାଇଁ ଜେଏନୟୁ ଖୁବ ଶୀଘ୍ର ଏପରି ଏକ ବିଶ୍ୱବିଦ୍ୟାଳୟରେ ପରିଣତ ହେବାକୁ ଯାଉଛି ଯେଉଁଥିରେ ଗୋଟିଏ ଛାତ୍ର ପାଇଁ ଗାଇଡ୍ ହିସାବରେ ଚାରି ଜଣ  ଶିକ୍ଷକ ରହିବେ ।
ବିଚାରପତି ଏସ.ରବିନ୍ଦ୍ର ଭଟ୍ଟ ଏବଂ ଏକେ ଚାୱଲାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ, ଜେଏନୟୁ ଦ୍ୱାରା ଦିଆଯାଇଥିବା ଦସ୍ତାବିଜରେ ଉଲ୍ଲେଖ କରି କହିଛନ୍ତି ଯେ, ପୂର୍ବ ବର୍ଷ ପିଏଚଡି ଏବଂ ଏମଫିଲରେ ୩୯୯ ରୁ ଅଧିକ ଛାତ୍ର ଭର୍ତ୍ତି ହୋଇଥିବା ବେଳେ ଶିକ୍ଷକଙ୍କ ସଂଖ୍ୟା ୫୦୦ରୁ ଅଧିକ ରହିଥିଲା । ଅଦାଲତର କହିବା ଅନୁଯାୟୀ , ଜେଏନୟୁ ନିଜର ମନମୁଖୀ ନିୟମ କାନୁନକୁ କଡାକଡି କରିଦେଇଛି । ଯାହା ଫଳରେ ଭର୍ତ୍ତି ହେବା ଛାତ୍ରଙ୍କ ସଂଖ୍ୟା କମି କମି ଯାଉଛି । ତେଣୁ ଜେଏନୟୁ ଏପରି ଏକ ବିଶ୍ୱବିଦ୍ୟାଳୟରେ ପରିଣତ ହେବାକୁ ଯାଉଛି , ଯେଉଁଥିରେ ଗୋଟିଏ ଛାତ୍ର ପାଇଁ ତିନି ଜଣ ଶିକ୍ଷକ ରହିବେ । ଏହା ଫଛରେ କିଛି ନା କିଛି ବଡ କାରଣ ରହିଥିବାର ସନ୍ଦେହ କରାଯାଉଛି । ନୂଆ ଆଡମିଶନ କ୍ରାଇଟେରିଆରେ ଏମଫିଲ ଏବଂ ପିଏଚଡି ପାଇଁ ପୂର୍ବରୁ ଥିବା ସିଟ ସଂଖ୍ୟାକୁ କମାଇ ଦିଆଯାଇଛି । ଯାହା ଫଳରେ ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କ ମଧ୍ୟରେ ବିଦ୍ରୋହ ଦେଖାଯାଇଛି ।
ଜେଏନୟୁର ଓକିଲ ମୋନିକା ଅରୋଡା କହିଛନ୍ତି ଶିକ୍ଷକ ବେଳେ ବେଳେ ଛୁଟି ନେଇ ଘରକୁ ଚାଲିଯାଆନ୍ତି କିମ୍ବା ନିଜ ବ୍ୟକ୍ତିଗତ କାମ ଉପରେ ଧ୍ୟାନ ଦେଇଥାନ୍ତି । ସେଥିପାଇଁ ପିଲାଙ୍କ ପାଠ ପଢାରେ କୌଣସି ପ୍ରକାର ଅବହେଳା ନହେବା ପାଇଁ ସେମାନେ ନିଜ ଅଧିନକୁ ଅଧିକ ଛାତ୍ର ନେଉନାହାଁନ୍ତି ।
ଜେଏନୟୁର ଏହି ନିୟମକୁ ଅସ୍ୱୀକାର କରି ଅଦାଲତ କହିଛନ୍ତି, କର୍ତ୍ତୃପକ୍ଷ ପ୍ରଥମେ ଛାତ୍ର ମାନଙ୍କ ଉପରେ ଖର୍ଚ୍ଚ କରିବାକୁ ଚାହୁଁ ନାହାଁନ୍ତି । କିନ୍ତୁ ଅପରପକ୍ଷେ ଅଧିକ ଶିକ୍ଷକଙ୍କୁ ରଖି ତାଙ୍କ ପିଛାରେ ଅତିରିକ୍ତ ଖର୍ଚ୍ଚ କରିବାକୁ ଇଛୁକ ରହୁଛନ୍ତି । ଯଦି କୌଣସି ଶିକ୍ଷକ କାମ କରିବାକୁ ଚାହୁଁ ନାହାନ୍ତି ତେବେ ତାଙ୍କୁ ବାହାର କରିଦେବାକୁ କୋର୍ଟ କହିଛନ୍ତି । ଏହା ବିରୋଧରେ ଉତ୍ତର ରଖି ଅରୋଡା ଅଦାଲତକୁ କହିଛନ୍ତି ଜେଏନୟୁରେ ପ୍ରାୟ ୮୦୦୦ ଛାତ୍ର ପାଠ ପଢନ୍ତି । ସେଥି ମଧ୍ୟରୁ ୪୫୦୦ ରୁ ଉଦ୍ଧ୍ୱର୍ ଛାତ୍ର ଏମଫିଲ ଏବଂ ପିଏଚଡି ଛାତ୍ର ରହିଛନ୍ତି । ଖଣ୍ଡପୀଠଙ୍କ କହିବା ଅନୁସାରେ ୧୩ରୁ ଅଧିକ ସ୍କୁଲ ଏହି ବିଶ୍ୱବିଦ୍ୟାଳୟ ସହ ଜଡିତ ହୋଇ ରହିଛନ୍ତି ।
ଅଦାଲତ ଦୁଇ ସପ୍ତାହରେ ଏହି ଘଟଣା ସମ୍ପର୍କରେ ସୂଚନା ଦେବାକୁ କହିଛନ୍ତି । ଏବଂ ଷ୍ଟୁଡେଣ୍ଟ ଫେଡରେସନ ଅଫ ଇଣ୍ଡିଆ (ଏସଏଫଆଇ)ର ପିଟିସନ୍ ଉପରେ ନିଜର ରାୟ ଶୁଣାଇଛନ୍ତି । ଏସଏଫଆଇ ଦେଶରେ ଏମଫିଲ ଏବଂ ପିଏଚଡି ପାଠ୍ୟକ୍ରମର ଯୋଗ୍ୟତା ଉପରେ ୟୁଜିସି କୁ ଚ୍ୟାଲେଞ୍ଚ ଦେଇଛି ।