ଜେଏମ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଏକ୍ସଲେନ୍ସ ଇନ୍ ହେଲଥ କେର ସର୍ଭିସ୍ ସମ୍ମାନ

ଜେଏମ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଏକ୍ସଲେନ୍ସ ଇନ୍ ହେଲଥ କେର ସର୍ଭିସ୍ ସମ୍ମାନ

କନକ ବ୍ୟୁରୋ: ଶ୍ରୀକାକୁଲମ ଜିଲ୍ଲାର ରାଗୋଲଠାରେ ଥିବା ଜେଇଏମଏସ ହସ୍ପିଟାଲକୁ ଏକ୍ଲଲେନସ ଇନ୍ ହେଲଥ କେର ସର୍ଭିସ ସମ୍ମାନିତ କରାଯାଇଛି । ଭୁବନେଶ୍ୱରଠାରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ଆୱାର୍ଡ ଫର୍ ଏକ୍ସଲେନ୍ସ ଇନ୍ ହେଲଥ କେର ସର୍ଭିସ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା । ସାରା ଦେଶରୁ ଏହି ସମ୍ମାନ ନିମନ୍ତେ ୨୨ଟି ଚିକିତ୍ସାନୁଷ୍ଠାନ ଚୟନ କରାଯାଇଥିବାବେଳେ, ଜେଇଏମଏସ ହସ୍ପିଟାଲ ପ୍ରଥମ ସ୍ଥାନ ଅଧିକାର କରିଛି । ଜେଇଏମଏସ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ସମ୍ମାନିତ ହେଇଥିବା ଏକମାତ୍ର ହସ୍ପିଟାଲ । ବିଏସକେୱାଇ ଯୋଜନାରେ ଓଡିଶାର ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଥିବାରୁ ଏହି ଏକ୍ସଲେନ୍ସ ଇନ୍ ହେଲଥ କେର ସର୍ଭିସ ସମ୍ମାନ କରାଯାଇଛି ।

ଏହି ସମ୍ମାନକୁ ହସ୍ପିଟାଲ ପକ୍ଷରୁ ସିଇଓ ବୋଲିନେନି ଆଦ୍ୱିକ୍ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଗ୍ରହଣ କରିଥିଲେ । ପରେ ଆଦ୍ୱିକ ଏହି ସମ୍ମାନ ତାଙ୍କର ନୁହେଁ, ତାଙ୍କ ପାଖରେ ଥିବା ଉତ୍ତମ ଚିକିତ୍ସକ ଓ ହସ୍ପିଟାଲର ସମସ୍ତ କର୍ମଚାରୀ ବୋଲି କହିବା ସହିତ ତାଙ୍କ ବିନା ଏହି ସମ୍ମାନ କେବେ ସମ୍ଭବପର ନୁହେଁ ବୋଲି କହିଥିଲେ । ତାଙ୍କ ଚିକିତ୍ସାଳୟ ମାଧବ ସେବା ହିଁ ମାନବ ସେବା ଉକ୍ତି ଅନୁଯାୟୀ ସର୍ବଦା ଚିକିତ୍ସା ଯୋଗାଇଥାଏ ବୋଲି ସିଏଓ ରାମ ମୋହନ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ ।

ଆମେ ଦେଶର ବିଭିନ୍ନ ସ୍ଥାନରେ ମାଗଣା ଚିକିତ୍ସା ଶିବିର କରାଇ ସେଠାରେ ରୋଗୀଙ୍କୁ ଚିହ୍ନଟ କରିବା ସହ ତାଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆରୋଗ୍ୟଶ୍ରୀ ଏବଂ ଓଡିଶାର ବିଏସକେୱାଇ ଯୋଜନା ପାଇଁ ଅବଗତ କରାଇବା ସହ ସେମାନେ ଯେମିତି ଉତ୍ତମ ଚିକିତ୍ସା ପାଇପାରିବେ ସେଥିନେଇ ତତ୍ପରତା ପ୍ରକାଶ କରିଛୁ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ ପକ୍ଷରୁ ସିଏଓ ଏସ. ରାମମୋହନ, ନିର୍ଦ୍ଦେଶକ ଡ ସୁଧୀର, ଆରଏମଓଙ୍କ ସହ ଡ. ପ୍ରବୀଣ ବାଲମୂରଲୀଙ୍କ ସମେତ ଅପରେସନ୍ ମ୍ୟାନେଜର ଜ୍ୟୋତ୍ସା ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe