କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ କଶ୍ମୀର ଗସ୍ତ ବେଳେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ । ଜେଲ୍ ଡିଜି ହେମନ୍ତ ଲୋହିଆଙ୍କୁ ଗଳାକାଟି ହତ୍ୟା । ୧୯୯୨ ବ୍ୟାଚର ଏହି ଆଇପିଏସ ଅଫିସରଙ୍କର ନିକଟରେ ଜେଲ୍ ଡିଜି ଭାବେ ପଦୋନ୍ନତି ହୋଇଥିଲା । ଆତଙ୍କବାଦୀ ସଂଗଠନ ଟିଆରଏଫ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ଲଶ୍କର ଏ ତୋଇବା ସଂଗଠନ ସହ ଟିଆରଏଫ ଜଡିତ । ପୋଲିସ କହିଛି, ଡିଜି ହେମନ୍ତଙ୍କ ମୃତ ଶରୀର ତାଙ୍କ ଘର ଭିତରୁ ଉଦ୍ଧାର ହୋଇଛି ।

Advertisment

ସନ୍ଦିଗ୍ଧ ଅବସ୍ଥାରେ ମୃତ ଶରୀର ମିଳିଥିଲା । ଏହାପରେ ପୋଲିସ ତଦନ୍ତ କରିବାରୁ ଜାଣିବାକୁ ପାଇଛି ଏହା ହତ୍ୟା । ଡିଜିପି ଦିଲବାଗ ସିଂହ ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ତେବେ ଡିଜିପିଙ୍କ ଘରେ ମୁତୟନ ଥିବା ସହାୟକ ବା ଚାକାର ଫେରାର ରହିଛି । ପୋଲିସ ଏବେ ସହାୟକକୁ ଖୋଜୁଛି । ଡିଜି ହେମନ୍ତଙ୍କୁ ହତ୍ୟା କରିବାକୁ ତାଙ୍କ ବେକକୁ ସସ ବୋତଲରେ କଟା ହୋଇଛି । ଏହାପରେ ଶବକୁ ପୋଡି ଦେବାକୁ ପ୍ରୟାସ ହୋଇଥିଲା ବୋଲି ସୂଚନା ରହିଛି ।

ଲୋହିଆଙ୍କ ଘର ବାହାରେ ଥିବା ଗାର୍ଡ ଘରେ ନିଆଁ ଦେଖିବାକୁ ପାଇଥିଲେ । ଏହାପରେ ସେ ଘର କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ବୋଲି ପୋଲିସ କହିଛି । ଏବେ ତାଙ୍କ ସହାୟକଙ୍କୁ ଖୋଜିବାକୁ ପ୍ରୟାସ ହେଉଛି । ଜେଲ ଡିଜିଙ୍କୁ ହତ୍ୟା ସୁରକ୍ଷାରେ ଗୋଟିଏ ତ୍ରୁଟି ବୋଲି କୁହାଯାଉଛି । ଆତଙ୍କବାଦୀ କିପରି ତାଙ୍କ ଘର ଭିତରେ ପ୍ରବେଶ କଲେ ଏବଂ କିଏ ଏଥିପାଇଁ ସହଯୋଗ କରିଛି ତାହା ଏବେ ବଡ ପ୍ରଶ୍ନ ।