ଶ୍ରୀନଗରରେ ଗ୍ରେନେଡ ମାଡ । ୧୦ରୁ ଅଧିକ ଆହତ, ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କଲା ସେନା

ଲାଲ ଚୌକରେ ଗ୍ରେନେଡ ମାଡରେ ୧୦ରୁ ୧୫ଜଣ ଆହତ

206

କନକ ବ୍ୟୁରୋ: ଘାଟିରେ ପୁଣି ଗର୍ଜିଲା ଗ୍ରେନେଡ୍ । ଜାମ୍ମୁକାଶ୍ମୀର ଶ୍ରୀନଗରରେ ଗ୍ରେନେଡ ମାଡ । ଲାଲ ଚୌକରେ ଗ୍ରେନେଡ ମାଡରେ ୧୦ରୁ ୧୫ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ବଜାର ମଧ୍ୟରେ ଗହଳି ଥିବା ସମୟରେ ଏହି ଗ୍ରେନେଡ ମାଡ ହୋଇଛି ।

ସୂଚନା ଅନୁଯାୟୀ, ଦିନ ପ୍ରାୟ ସାଢେ ୧୨ଟା ପାଖାପାଖି ଲାଲଚୌକରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ । ଏହି ଗ୍ରେନେଡ ମାଡରେ ପ୍ରାୟ ୧୫ରୁ ଅଧିକ ଜନ ସାଧାରଣ ଆହତ ହୋଇଛନ୍ତି । ତେବେ ଏହି ଆତଙ୍କି ଆକ୍ରମଣ ପରେ ଜମ୍ମୁ-କାଶ୍ମୀର ପୋଲିସ ଏବଂ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଏହା ପୂର୍ବରୁ ଅକ୍ଟୋବର ୨୮ ତାରିଖରେ ସୋପୋରରେ ଗ୍ରେନେଡ ମାଡ ହୋଇଥିଲା । ଉତର ସୋପୋର ଜଣେ ସନ୍ଦିଗ୍ଧ ବ୍ୟକ୍ତି କରିଥିବା ଏହି ଗ୍ରେନେଡ ମାଡରେ ୯ଜଣ ଆହତ ହୋଇଥିଲେ ।