କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଏବଂ ଜେକେଏଲଏଫ୍ ପ୍ରମୁଖ ୟାସିନ୍ ମଲ୍ଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଚଢ଼ଉ କରି ଗିରଫ କରାଯାଇଛି । ଆସନ୍ତା ସୋମବାର ଦିନ ସୁପ୍ରିମ୍ କୋର୍ଟରେ ଧାରା ୩୫-ଏ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପୂର୍ବରୁ ମଲ୍ଲିକଙ୍କୁ ଅଟକ ହୋଇଛନ୍ତି । ଅନ୍ୟାନ୍ୟ ସୁବିଧା ଛଡ଼ା ଧାରା ୩୫-ଏ ଅନୁସାରେ ବାହାରର ଲୋକେ ଜମ୍ମୁ ଓ କଶ୍ମୀରରେ ସ୍ଥାବର ସମ୍ପତ୍ତି କିଣି ପାରିବେ ନାହିଁ । ତେବେ ମଲିକଙ୍କୁ ତାଙ୍କ ମୈସୁମା ବାସଭବନରୁ ଗିରଫ କରାଯାଇ କୋଠିବାଗ ଥାନାକୁ ନିଆଯାଇଛି।
ଏହାଛଡ଼ା ଜମାତ-ଏ-ଇସଲାମ୍ ସହ ସମ୍ପୃକ୍ତ ଦୁଇ ଡଜନ ସରିକି ଲୋକଙ୍କୁ ମଧ୍ୟ କେନ୍ଦ୍ରୀୟ, ଉତ୍ତର ଓ ଦକ୍ଷିଣ କଶ୍ମୀର ଅଞ୍ଚଳରୁ ଧରାଯାଇ ଅଟକ ରଖାଯାଇଛି । ଅଟକ ସଂକ୍ରାନ୍ତରେ ପୁଲିସ ଏ ପର୍ୟ୍ୟନ୍ତ କୌଣସି ବିବୃତି ଦେଇ ନାହିଁ । ଅଟକ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ହେଲେ ଜମାତ-ଏ-ଇସଲାମ୍ର ମୁଖ୍ୟ ଡକ୍ଟର୍ ଅବ୍ଦୁଲ୍ ହମିଦ ଫୟାଜ୍, ଆଡଭୋକେଟ୍ ଜାହିଦ ଅଲି, ଗୁଲାମ୍ କାଦିର ଲୋନ୍ ଆଦି ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/yasikmalik759.jpg)
/kanak/media/post_attachments/wp-content/uploads/2019/02/IndiaTv431915_separatists-300x213.jpg)