ଜମ୍ମୁ-କାଶ୍ମୀର : ଅବନ୍ତିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ , ଗୁଳିବିନିମୟ ବେଳେ ୨ ସୁରକ୍ଷାକର୍ମୀ ସହିଦ୍ , ୨ ଆତଙ୍କବାଦୀ ନିପାତ

ଜମ୍ମୁ-କାଶ୍ମୀର : ଅବନ୍ତିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ , ଗୁଳିବିନିମୟ ବେଳେ ୨ ସୁରକ୍ଷାକର୍ମୀ ସହିଦ୍ , ୨ ଆତଙ୍କବାଦୀ ନିପାତ

ଜମ୍ମୁ- କାଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୋରାରେ ଆଜି (ମଙ୍ଗଳବାର) ଅପରାହ୍ଣରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସେନା ସୁରକ୍ଷା ବାହିନୀର ଜଣେ ସେନା ଯବାନ ଓ ଜମ୍ମୁ- କାଶ୍ମୀର ପୁଲିସର ଜଣେ ସ୍ପେଶାଲ ପୁଲିସ୍ ଅଫିସର (ଏସପିଓ) ସହିଦ୍ ହୋଇଛନ୍ତି। ବିଗତ ଦୁଇ ଦିନ ମଧ୍ୟରେ କାଶ୍ମୀର ଘାଟିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏହା ଦ୍ୱିତୀୟ ବଡ଼ ଗୁଳିବିନିମୟ ଥିବା ଜାଣିବା ପାଇଁ ମିଳିଛି।

publive-image

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଅବନ୍ତିପୋରାର ଜାଣ୍ଡ ଗ୍ରାମରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସେନା ସୁରକ୍ଷା ବାହିନୀ ଓ ଜମ୍ମୁ- କାଶ୍ମୀର ପୁଲିସ୍ ପକ୍ଷରୁ ମିଳିତ ଭାବେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ସମୟରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବାରୁ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ଓ୍ଵାସିମ୍ ଓ୍ଵାନି ଓ ଜାହାଙ୍ଗୀର ବୋଲି ଚିହ୍ନଟ କରାଯାଇଛି। ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳିବିନିମୟ ଜାରି ରହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe