ଜମ୍ମୁ-କାଶ୍ମୀରର ବଡଗାମ୍ ଜିଲ୍ଲାରେ ଏନକାଉଣ୍ଟର ! ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀରର ବଡଗାମ୍ ଜିଲ୍ଲାରେ ଏନକାଉଣ୍ଟର ! ୨ ଆତଙ୍କବାଦୀ ନିହତ

Total Tv

ଜମ୍ମୁ ଓ କଶ୍ମୀରର ବଡ଼ଗାମ ଜିଲ୍ଲା ଅନ୍ତର୍ଗତ ସୁତସୁ ଗ୍ରାମରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ଘଟଣାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟୂନ ଆଉ ଦୁଇ ଜଣ ଆତଙ୍କବାଦୀ ସମ୍ପୃକ୍ତ ସ୍ଥାନରେ ଅଟକି ରହିଥିବା ବିଶ୍ୱାସ କରାଯାଉଛି। ସେ ଅଞ୍ଚଳରେ ନିରାପତ୍ତା ବଳ କର୍ଡନ୍ ଓ ସର୍ଚ୍ଚ ଅଭିଯାନ ଚଳାଇଛି। ନିହତ ଆତଙ୍କବାଦୀମାନେ ଜୈଶ୍-ଏ-ମହମ୍ମଦ୍ ଅନୁବନ୍ଧିତ ସଂଗଠନର ବୋଲି ବିଶ୍ୱାସ କରାଯାଉଛି।

publive-image

ଗୁରୁବାର ଦିନ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଅନ୍ତର୍ଗତ ବିଜବେହରା ଠାରୁ ହିଜବ୍-ଉଲ୍-ମୁଜାହିଦୀନ୍ ସଂଗଠନର ବୋଲି କୁହାଯାଉଥିବା ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଆଜିର ଘଟଣା ଘଟିଛି। ଗୁଇନ୍ଦା ସୂଚନା ଆଧାରରେ ରମୀଜ୍ ଅହମଦ୍ ଦର୍ ନାମକ ସେ ଆତଙ୍କବାଦୀର ଅବସ୍ଥିତି ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଥିଲା। ଗୁରୁବାର ଦିନ ସୋପିଆଁ ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ସେମାନେ ହିଜବ-ଉଲ୍-ମୁଜାହିଦୀନ୍ ଏବଂ ଲଶ୍କର-ଏ- ତୋଏବା ଅନୁବନ୍ଧିତ ସଂଗଠନର ଆତଙ୍କବାଦୀ ବୋଲି ଜମ୍ମୁ ଓ କଶ୍ମୀର ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe