ବିଜେଡିରୁ ଜୀବନ ପ୍ରଦୀପ ଦାଶ ନିଲମ୍ବିତ । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଆସିଲା ନିଲମ୍ବନ ଆଦେଶ । ସୂଚନା ଦେଲେ ମାନସ ମଙ୍ଗରାଜ

228

କନକ ବ୍ୟୁରୋ : ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳ ବିରୋଧୀ କାର୍ଯ୍ୟପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଉପନିର୍ବାଚନ ବେଳେ ସେ ଦଳ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆସିବା ପରେ ଆଜି ତାଙ୍କୁ ଦଳର ସୁପ୍ରିମୋ ନିବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ।

ନିର୍ବାଚନ ବେଳେ ସେ ଦଳ ସହିତ ଥିଲେ ବି ଦଳର ପ୍ରଚାର ପ୍ରସାରରେ ସେ ସହଯୋଗ କରୁନଥିବା ଅଭିଯୋଗ ହେଉଥିଲା । ସେ ଦଳରୁ ଟିକେଟ ପାଇଁ ଆଶାୟୀ ଥିବା ବେଳେ ଦଳ ତାଙ୍କୁ ନିରାଶ କରିଥିଲା । ଏହା ପରେ ବାଲେଶ୍ୱର ସଦରରେ ଜୀବନ ପ୍ରଦୀପ୍ ଦାଶଙ୍କ ଏକ ଟିମ୍ ବିଜେଡି ବିରୋଧରେ କାର୍ଯ୍ୟ କରୁଥିବା ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଥିଲା ।