ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଜୀବନ ପ୍ରଦୀପ ଦାସ । ଉପନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ କରି ବିଜେଡିରୁ ହୋଇଥିଲେ ବହିଷ୍କୃତ
କନକ ବ୍ୟୁରୋ : ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ଉପନିର୍ବାଚନ ସମୟରେ ସେ ବିଜେଡିରେ ରହି ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଆସିଥିଲା । ଏହା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ନିଲମ୍ବିତ ହେବାର ମାତ୍ର ତିନି ମାସ ମଧ୍ୟରେ ସେ ଆଜି ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଥାଉକି ବାଲେଶ୍ୱର ସଦରରେ ବିଜେପି ବିଧାୟକ ଥିବା ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ଦାସ ବିଜେଡି ତରଫରୁ ଟିକେଟ୍ ନେବାକୁ ଲବିରେ ଥିଲେ । ହେଲେ ଶେଷ ମୂୁହୂତ୍ତ୍ୱରେ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା । ଏହାକୁ ନେଇ ସେ ନିର୍ବାଚନ ବେଳେ ଦଳ ବିରୋଧରେ ମନ୍ତ୍ରଣା କରିବା ସହ ଦଳୀୟ କର୍ମୀ ଓ ଭୋଟର ମାନଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇଥିଲେ । ଏନେଇ ଏକ ଫୋନକଲ ରେକର୍ଡ ଭାଇରାଲ ହେବା ପରେ ଦଳର ସୁପ୍ରିମୋ ତାଙ୍କୂୁ ଦଳରୁ ନିଲମ୍ବିତ କରିଥିଲେ ।