କନକ ବ୍ୟୁରୋ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକୁଛି ଭାରତ । ଦିନ ବଢିବା ସହ ବଢୁଛି ଭାରତର ପଦକ ସଂଖ୍ୟା ।ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣପଦକ ହାସଲ କରିବା ସହ ଦିନ ଆରମ୍ଭ କରିଛି ଭାରତ । ୧୦ ମିଟର ଏୟାର ପିସ୍ତଲ ବିଭାଗରେ ଜିତୁ ରାୟ ଭାରତ ପାଇଁ ସ୍ୱର୍ଣ୍ଣପଦକ ଆଣିଛନ୍ତି । ଏହାସହ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୮ରେ ପହଂଚିଛି । ଏହାସହ ଭାରତ ପଦକ ତାଲିକାର ତୃତୀୟ ସ୍ଥାନକୁ ଉଠିଛି ।
ସେହିପରି ୧୦ ମିଟର ଏୟାର ପିସ୍ତଲ ବିଭାଗରେ କାଂସ୍ୟ ପଦକ ମଧ୍ୟ ହାତେଇ ନେଇଛି ଭାରତ । ଏମ ମିଥରୱାଲ କାଂସ୍ୟ ପଦକ ଜିତିଛନ୍ତି । ଭାରୋତଳନରେ ମଧ୍ୟ ଭାରତକୁ ଆଉ ଏକ ପଦକ ମିଳିଛି । ୧୦୫ କିଲୋଗ୍ରାମ ପୁରୁଷ ବିଭାଗ ଭାରୋତଳନରେ ପ୍ରଦୀପ ସିଂ ରୌପ୍ୟ ପଦକ ଜିତିଛନ୍ତି । ଭାରତ ଏପର୍ଯ୍ୟନ୍ତ ୮ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ହାତେଇବା ସହ ପଦକ ସଂଖ୍ୟା ୧୭ରେ ପହଞ୍ଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/jitu-rai-m.jpg)