ଆଜି ଜିଓ ଲଞ୍ଚ କରିବାକୁ ଯାଉଛି ଦୁନିଆର ସବୁଠୁ ଶସ୍ତା ସ୍ମାର୍ଟ ଫୋନ, ଜାଣନ୍ତୁ କଣ ରହିଛି ବିଶେଷତ୍ୱ

1,469

କନକ ବ୍ୟୁରୋ : ବହୁ ପ୍ରତିକ୍ଷୀତ ‘ଜିଓ ନେକ୍ସଟ’ ସ୍ମାର୍ଟ ଫୋନ ଆଜି ଲଂଚ ହେବାକୁ ଯାଉଛି । ଏହାକୁ ଜିଓ ଓ ଗୁଗଲ ଭାଗିଦାରୀରେ ନିର୍ମାଣ କରାଯାଇଛି । ୧୯୯୯ ଟଙ୍କା ଦେଇ ଆପଣ ଏହି ଫୋନ ପାଇପାରିବେ । ବାକି ଅର୍ଥ ଆପଣଙ୍କୁ ମାସିକ କିସ୍ତିରେ ଦେବାକୁ ହେବ ।

ଯଦି ଆପଣ ବିନା ମାସିକ କିସ୍ତିରେ ଜିଓ ଫୋନ ନେକ୍ସଟ କିଣିବାକୁ ଚାହୁଁଛନ୍ତି ତ ଆପଣଙ୍କୁ ୬,୪୯୯ ଟଙ୍କା ଦେବାକୁ ପଡିବ । ଅନ୍ୟପଟେ ଯେଉଁମାନେ କିସ୍ତିରେ ଜିଓଫୋନ ନେବେ ସେମାନଙ୍କୁ କିସ୍ତି ସରିବା ଯାଏ କମ୍ପାନୀ ପକ୍ଷରୁ ମାଗଣା ଡାଟା ଓ କଲିଂ ସୁବିଧା ପ୍ରଦାନ କରାଯିବ ।

ଜିଓ ଫୋନ ନେକ୍ସଟରେ ୫.୪୫ ଇଂଚ ସହ ଏଚଡି ଡିସପ୍ଲେ ରହିଛି , ଏହାସହ ଏହି ଫୋନ ୨ ଜିବି ରୋମ ଓ ୩୨ ଜିବି ଷ୍ଟୋରେଜ ସହ ଉପଲବ୍ଧ । ଏହାସହ ୫୧୨ ଜିବି ପର୍ଯ୍ୟନ୍ତ ମାଇକ୍ରୋ ଏସଡି କାର୍ଡ ବି ବ୍ୟବହାର କରାଯାଇ ପାରିବ ।

ଏହି ସ୍ମାର୍ଟଫୋନରେ ୧୩ ମେଗାଫିକସଲ ବ୍ୟାକ କ୍ୟାମେରା ଥିବା ବେଳେ ୮ ମେଗା ଫିକସେଲର ଫ୍ରଣ୍ଟ କ୍ୟାମେରା ରହିଛି । ବ୍ୟାଟେରୀ କାପାସିଟି ୩.୫୦୦ ଏମଏଏଚ ଓ ଏହାକୁ ୟୁଏସବି ପୋର୍ଟ ଜରିଆରେ ଚାର୍ଜ କରାଯାଇ ପାରିବ ।

କନେକ୍ଟିଭିଟି ପାଇଁ ଏହି ଫୋନରେ ଆପଣ ୨ ଟି ୪ଜି ସିମ୍ ବ୍ୟବହାର କରିପାରିବେ । ଏହା ବ୍ୟତୀତ ୱାଇ ଫାଇ, ବ୍ଲୁ ଟୁଥ୍, ମାଇକ୍ରୋ ୟୁଏସବି ଏବଂ ଫୋନ ସହିତ ଏକ ୩.୫ ଏମଏମର ହେଡଫୋନ ବି କମ୍ପାନୀ ତରଫରୁ ପ୍ରଦାନ କରାଯାଇଛି । ଏହା ସହ ଫୋନରେ କିଛି ଅଧିକ ଫିଚର୍ସ ବି ରହିଛି । ଯେମିତି କି ନିଅରବାଏ ସେୟାର, ଟ୍ରାନ୍ସଲେଟ ଫିଚର, ସ୍ନାପଚାଟ ଲେନ୍ସ ବି ଉପଲବ୍ଧ ରହିଛି ।