ଜିଓ ଆଣିଲା ‘ୱାର୍କ ଫ୍ରମ ହୋମ୍’ ପ୍ଲାନ । ଏଣିକି କଂପାନୀର ଏସବୁ ଭାଉଚର ସହ ମିଳିବ ଡବଲ ଡାଟା

11,131

କନକ ବ୍ୟୁରୋ: କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଉଛି। ଅଧିକାଂଶ କର୍ପୋରେଟ କମ୍ପାନି ଓ ଅଫିସ ନିଜ କର୍ମଚାରୀଙ୍କୁ ‘ଓ୍ଵାର୍କ ଫର୍ମ ହୋମ୍‌’ର ଘୋଷଣା କରିଛନ୍ତି। ରିଲାଏନ୍ସ ଜିଓ ବି ଏହାକୁ ଦୃଷ୍ଟିରେ ରଖି ‘ଓ୍ଵାର୍କ ଫର୍ମ ହୋମ୍‌’ କରୁଥିବା ଲୋକମାନଙ୍କ ପାଇଁ ନୂଆ ପ୍ଲାନର ଲଞ୍ଚ କରିଛି। ଏହି ପ୍ଲାନର ମୂଲ୍ୟ ୨୫୧ଟଙ୍କା ରହିଛି। ଜିଓ ଏହି ରିଚାର୍ଜ ପ୍ଲାନକୁ ‘ଓ୍ଵାର୍କ ଫର୍ମ ହୋମ୍‌ ପ୍ଲାନ’ର ନାମ ଦେଇଛି।

ଜିଓର ଏହି ରିଚାର୍ଜ ପ୍ଲାନ୍‌ ମୁତାବକ, ୨୫୧ଟଙ୍କାରେ ଏହି ପ୍ଲାନରେ ଗ୍ରାହକଙ୍କୁ ୨ଜିବି ଡାଟା ପ୍ରତିଦିନ ମିଳିବ। ୨ଜିବି ଡାଟା ଶେଷ ହେବା ପରେ ଇଣ୍ଟରନେଟ ସ୍ପିଡ୍‌ କମ୍‌ ହୋଇଯିବ। ଏହି ପ୍ଲାନର ବୈଧତା ୫୧ଦିନ ପର୍ଯ୍ୟନ୍ତ ରହିଛି। ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ, ଏହି ପ୍ଲାନରେ କମ୍ପାନି ଗ୍ରାହକଙ୍କୁ ଭଏସ୍‌ କଲ ଓ ଏସ୍‌ଏମ୍‌ଏସ୍‌ର ସୁବିଧା ପ୍ରଦାନ କରିବ ନାହିଁ।

ପୂର୍ବରୁ ଜିଓ ବଛାବଛା କିଛି ଡାଟା ଭାଉଚର ପ୍ଲାନ୍‌ ଅପଗ୍ରେଡ୍‌ କରିଥିଲା। ଏଥିରେ ଅଧିକ ଡାଟା ସହିତ ଅନ୍ୟ ନେଟଓ୍ଵାର୍କରେ ମାଗଣାରେ କଥା ହେବାର କମ୍ପାନି ଅଫର ଦେଇଥିଲା। ୪ଜି ଡାଟା ଭାଉଚରକୁ ଜିଓ ଗ୍ରାହକ ସେତେବେଳେ ଯାଇ ରିଚାର୍ଜ କରିପାରିବେ ଯେତେବେଳେ ତାଙ୍କ ପାଖରେ ପୂର୍ବରୁ ଏକ ଆକ୍ଟିଭ ପ୍ଲାନ୍‌ ରହିଥିବ। ଏତଦ ବ୍ୟତୀତ ଲେଟେଷ୍ଟ ଅପଗ୍ରେଡ ସହିତ ୪ଜି ଜିଓ ପ୍ରିପେଡ ଡାଟା ଭାଉଚର୍ସ ଏବେ ୧୧ଟଙ୍କା, ୨୧ଟଙ୍କା, ୫୧ଟଙ୍କା ଓ ୧୦୧ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି।