ଆପଣ ୩୯୯ର ପ୍ରିପେଡ ପ୍ଲାନ ବ୍ୟବହାର କରୁଛନ୍ତି କି? ତେବେ ଜାଣନ୍ତୁ, କେଉଁ କମ୍ପାନୀ ଏହି ପ୍ରିପେଡ ପ୍ଲାନରେ କ’ଣ କ’ଣ ଅଫର ଦେଉଛି ।

1,065

କନକ ବ୍ୟୁରୋ : ଭାରତରେ ଟେଲିକମ କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଖୁସି କରିବାକୁ ବିଭିନ୍ନ ପ୍ରିପେଡ ପ୍ଲାନର ସୁବିଧା ଦେଇଥାନ୍ତି । ଭୋଡାଫୋନ ଆଇଡିଆ ଓ ଏୟାରଟେଲରେ ପ୍ରିପେଡ ପ୍ଲାନ ଜିଓଠାରୁ ଅଧିକ ମହଙ୍ଗା । ଅର୍ଥାତ ଜିଓ ନିଜ ଗ୍ରାହକଙ୍କୁ ଶସ୍ତା ପ୍ଲାନ ଦେଇ ଅଧିକ ଆକର୍ଷିତ କରିଥାଏ । ହେଲେ ଏହି ୩ଟି କମ୍ପାନୀ ପାଖରେ ଏମିତି କିଛି ପ୍ଲାନ ଅଛି ଯାହା ପାଖାପାଖି ସମାନ । ତେବେ ଏହି କମ୍ପାନୀ ଗୁଡିକର ପ୍ଲାନ ଗ୍ରାହକଙ୍କ ପାଇଁ କେତେ ଲାଭ ଦାୟକ ?

ଏଭଳି ଏକ ପ୍ରିପେଡ ପ୍ଲାନ ହେଉଛି ୩୯୯ । ତେବେ ଆସନ୍ତୁ ଜାଣିବା କେଉଁ କମ୍ପାନୀ ଏହି ପ୍ରିପେଡ ପ୍ଲାନରେ କଣ କଣ ଅଫର ଦେଉଛି । କାରଣ ଏହା ଜମିବା ଦ୍ୱାରା ଆପଣ ମାନେ ନିଜେ ନିଷ୍ପତ୍ତି ନେଇପାରିବେ କେଉଁ ପ୍ଲାନ ଆପଣଙ୍କ ପାଇଁ ଭଲ ।
ଜିଓର ୩୯୯ ପ୍ଲାନ ୫୬ ଦିନର ଭାଲିଡିଟି ସହ ଆସିଥାଏ । ଏଥିରେ ଗ୍ରାହକଙ୍କୁ ଦିନକୁ ୧.୫ ଜିବି ଡାଟା ମିଳିଥାଏ । ଏହାସହ ଯେକୌଣସି ନେଟୱର୍କକୁ ଫ୍ରି କଲିଂ ଓ ୧୦୦ ଏସଏମଏସ ଫ୍ରି ରହିଥାଏ । ଏହି ପ୍ଲାନ ପାଇଁ ଜିଓ ଆପର ଫ୍ରି ସବସ୍କ୍ରିପସନ ମଧ୍ୟ ଦିଆଯାଇଥାଏ ।

ଏୟାରଟେଲ ମଧ୍ୟ ତାର ୩୯୯ର ପ୍ଲାନରେ ୧.୫ ଜିବି ଡାଟା ଦେଇଥାଏ । ଏଥିରେ ଅନଲିମିଟେଡ କଲିଂ ଓ ୧୦୦ ଏସଏମଏସ ଫ୍ରି ମିଳିଥାଏ । ଏହାସହ ଏଥିରେ ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମ, ୱିଙ୍କ ମ୍ୟୁଜିକ, ଶ ଏକାଡେମୀରେ ୧ ବର୍ଷ ମାଗଣା କୋର୍ସର ଅଫର, ଫ୍ରି ହାଲୋ ଟ୍ୟିନ୍ସ ଓ ଫାଷ୍ଟଟ୍ୟାଗ ଟ୍ରାନ୍ସାକ୍ସନରେ ୧୦୦ ଟଙ୍କାର କ୍ୟାସବ୍ୟାକ ମଧ୍ୟ ମିଳିଥାଏ । ଏହାର ଭାଲିଡିଟି ୫୬ ଦିନ ଯାଏଁ ରହିଥାଏ ।

ଭୋଡାଫୋନର ୩୯୯ର ପ୍ଲାନ ୫୬ ଦିନ ପାଇଁ ଆସିଥାଏ । ଗ୍ରାହକଙ୍କୁ ଏଥିରେ ୧.୫ ଜିବି ଡାଟା, ଫ୍ରି କଲିଂ ସହ ୧୦୦ ଏସଏମଏସ ଫ୍ରି ଦିଆଯାଇଥାଏ । ଏହାସହ ଏହି ପ୍ଲାନ ଜରିଆରେ ଗ୍ରାହକଙ୍କୁ ଭିଆଇ ମୁଭି ଓ ଟିଭିର ଆକ୍ସେସ ମଧ୍ୟ ମିଳିଥାଏ । ଗୋଟିଏ ଏକ୍ସକ୍ଲୁସିଭ ଅଫର ଦ୍ୱାରା ଏହି ପ୍ଲାନକୁ ମୋବାଇଲ ଆପରେ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ୨୮ ଦିନ ପାଇଁ ୫ ଜିବି ଡାଟା ଦିଆଯାଇଥାଏ ।

ଭାରତରେ ଏହି ୩ ନେଟୱାର୍କଙ୍କ ଅଫର ପ୍ରାୟ ସମାନ ରହିଥାଏ । ନିଜ ନିଜ ଭିତରେ ପ୍ରତିଯୋଗୀତା ପାଇଁ ଏମାନେ ଏଭଳି ଅଫର ଦେଇ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ହେଲେ ଦେଶରେ ଏହି ଦୁଇ ନେଟୱାର୍କ ତୁଳନାରେ ଜିଓର ଗ୍ରାହକ ଅଧିକ ରହିଛନ୍ତି ।