ଜିଓ ସିନ୍ଥେଟିକ ୱାଲରେ ଅଗ୍ନିକାଣ୍ତ : ୩୦ଟି ଗ୍ୟାବିନ ବକ୍ସ କ୍ଷତିଗ୍ରସ୍ତ

Advertisment
ଜିଓ ସିନ୍ଥେଟିକ ୱାଲରେ ଅଗ୍ନିକାଣ୍ତ : ୩୦ଟି ଗ୍ୟାବିନ ବକ୍ସ କ୍ଷତିଗ୍ରସ୍ତ

କନକ ବ୍ୟୁରୋ : ରାଜନଗର ବ୍ଲକ ପେଣ୍ଠ ନିକଟ ବଂଗୋପସାଗର କୂଳରେ ନିର୍ମାଣ ହୋଇଥିବା ଭାରତର ଦ୍ବିତୀୟ ଓ ଓଡ଼ିଶାର ଏକମାତ୍ର ଜିଓ ସିନ୍ଥେଟିକ ୱାଲରେ ଅଗ୍ନିକାଣ୍ତ ଘଟିଛି। ଏଥିରେ ୩୦ଟି ଗ୍ୟାବିନ ବକ୍ସ କ୍ଷତିଗ୍ରସ୍ତ ହୋଇଛି। ଦୀର୍ଘ ୬ ଘଣ୍ଟା ଧରି ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପରେ ନିଆଁ ଆୟତ୍ତକୁ ଆସିଥିଲା। ସମୁଦ୍ର କୂଳରେ ଜିଓ ସିନ୍ଥେଟିକ ୱାଲରେ ଦୁଇବର୍ଷ ଭିତରେ ୩ ଥର ଅଗ୍ନିକାଣ୍ତ ଘଟିଲାଣି। କିଏ ବାରମ୍ବାର ଏଥିରେ ନିଆଁ ଲଗାଉଛି ସେ ନେଇ ବିସ୍ମୟ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଜିଓ ସିନ୍ଥେଟିକ ୱାଲ ଜଳୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏ ନେଇ ବନବିଭାଗ ଓ ତଟବନ୍ଧ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ସମୁଦ୍ର କୂଳରେ ପହଞ୍ଚି ନିଆଁ ଲିଭାଇଥିଲେ। ୨୦ଫୁଟ ଲମ୍ବ ଓ ୧୦ଫୁଟ ଚଉଡା ମଧ୍ୟରେ ଥିବା ୩୦ଟି ଗ୍ୟାବିନ ବକ୍ସ ପୋଡିଯାଇଛି। ଖବରପାଇ ତଟବନ୍ଧ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଉମେଶ ଚନ୍ଦ୍ର ସ୍ବାଇଁ, ସହକାରୀଯନ୍ତ୍ରୀ ଅଞ୍ଜନ କୁମାର ବେହେରା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟେକ୍ନିକାଲ ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଥାଉ କି, ପେଣ୍ଠ ସମୁଦ୍ର କୂଳରେ ନିର୍ମାଣ ହୋଇଛି ଜିଓ ସିନ୍ଥେଟିକ ୱାଲ। ଏହି ୱାଲରେ ଗତ ଅଗଷ୍ଟରେ ଓ ୨ ବର୍ଷ ତଳେ ନିଆଁ ଲାଗିଥିଲା। ଏଥିରେ ବାରମ୍ବାର କିଏ ଓ କାହିଁକି ନିଆଁ ଲଗାଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe