କନକ ବ୍ୟୁରୋ: ଏୟାରଟେଲକୁ ପଛରେ ପକାଇ ଜିଓ ନେଟୱର୍କ ହେଲା ଦେଶର ଦ୍ୱିତୀୟ ବୃହତ୍ତମ ଟେଲକିମ କମ୍ପାନୀ । ମାତ୍ର ଅଢେଇବର୍ଷ ତଳେ ମୁକେଶ ଅମ୍ବାନୀଙ୍କ ରିଲାଏନଓ ଜିଓ ଭାରତୀ ଏୟାରଟେଲକୁ ପଛରେ ପକାଇଦେଇଛି ।

Advertisment

publive-image

ଡିସେମ୍ବର ୨୦୧୮ ସୁଦ୍ଧା ଜିଓର ଗ୍ରାହକଙ୍କ ସଂଖ୍ୟା ୩୦ କୋଟି ଟପିଛି । ଏହି ସମୟରେ ଏୟାରଟେଲର ଗ୍ରାହକଙ୍କ ସଂଖ୍ୟା ୨୮ କୋଟି ଥିଲା । ଭୋଡାଫୋନ-ଆଇଡିଆ ଏହାର ଗ୍ରାହକଙ୍କ ସଂଖ୍ୟା ୩୮ କୋଟିରୁ ଅଧିକ ବୋଲି ଦର୍ଶାଇଛି ।
ଦୁଇ ଦଶନ୍ଧି ଧରି ଟେଲିକମ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିଲା ଭାରତୀ-ଏୟାରଟେଲା କିନ୍ତୁ ଗତ କିଛି ଦିନ ମଧ୍ୟରେ ଏହାର ଗ୍ରାହକ ସଂଖ୍ୟା କମିଛି । ରିଲାଏନସ –ଜିଓର ଲୋକପ୍ରିୟତା ଏଭଳି ବୃଦ୍ଧି ପାଇଲେ ଆଗାମୀ ଦିନରେ ଏହା ଭୋଡାଫୋନ-ଆଇଡିଆକୁ ବି ପଛରେ ପକାଇପାରେ ବୋଲି ଆକଳନ କରାଯାଉଛି ।

publive-image

ବିଶେକରି ଜିଓର ନୂଆ ଟାରିଫ ପ୍ଲାନ ଗ୍ରାହକଙ୍କୁ ଆକୃଷ୍ଟ କରିଛି । ଇଂଟରନେଟ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ମଧ୍ୟ ରିଲାଏନଓ ଜିଓରେ ଅଧିକ ରହିଛି । ୨୦୧୮ ସୁଦ୍ଧା ଜିଓର ୪ଜି ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୬୦ ପ୍ରତିଶତ ଥିଲା ।